• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀଙ୍କୁ ମାନସିକ ନିର୍ଯ୍ୟାତନା ନେଇ କୁଶ ପୁତ୍ତଳିକା ଦାହ କଲା ଅନୁଗୋଳ ଜିଲ୍ଲା କଂଗ୍ରେସ।

Bymamatanews

Dec 20, 2025
Spread the love

ନ୍ୟାସନାଲ ହେରାଲ୍ଡ ମିଛ ମାମଲାରେ କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀଙ୍କୁ ମାନସିକ ନିର୍ଯ୍ୟାତନା ବିଜେପି ସରକାର ଦେଇ ଆସୁଥିଲା ତାରି ପ୍ରତିବାଦରେ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କ କୁଶ ପୁତ୍ତଳିକା ଦାହ କଲା ଅନୁଗୋଳ ଜିଲ୍ଲା କଂଗ୍ରେସ। ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଗତକାଲି ସନ୍ଧ୍ୟାରେ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ସ୍ଥାନୀୟ କଂଗ୍ରେସ ଭବନଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସୂଚନା ଓ ଲୋକସମ୍ପର୍କ ପୂର୍ବତନ କାର୍ଯ୍ୟାଳୟ ପାଖ ଛକ ଜାତୀୟ ରାଜପଥ ଉପରେ ଭାରତର ପ୍ରଧାନମନ୍ତ୍ରୀ କୁଚକ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ କ୍ଷମତାକୁ ଅପବ୍ୟବହାର କରି ବିରୋଧୀମାନଙ୍କ ବିରୋଧରେ ଯେଉଁ ଭଳି ଭାବରେ ଇଡି, ସିବିଆଇ, ଇନକମଟାକ୍ସ ଭଳି ଅନୁଷ୍ଠାନମାନଙ୍କୁ ଲଗାଇ ହଇରାଣ କରୁଛନ୍ତି, ତାର ଘୋର ବିରୋଧ କରିବା ସହ ଭାରତୀୟ ଜାତୀୟ କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀ ଓ ଲୋକସଭାର ବିରୋଧୀ ଦଳର ନେତା ରାହୁଳ ଗାନ୍ଧୀଙ୍କୁ ଅଯଥା ନ୍ୟାସନାଲ ହେରାଲ୍ଡ ମିଛ ମାମଲାରେ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା, ତାର ମୁଖା ଅଦାଲତ ଖୋଲିଦେଇଛି ବୋଲି ପ୍ରକାଶ କରି ସରକାର ବିରୁଦ୍ଧରେ ବିଭିନ୍ନ ଶ୍ଳୋଗାନମାନ ଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଦଳର ବରିଷ୍ଠ ନେତା ତପନ ପ୍ରଧାନ, ସନ୍ତୋଷ ପଟ୍ଟନାୟକ, ଗୋପାଳ ଚନ୍ଦ୍ର ନାଥ, ବଲବୀର ସିଂହ, ରୂପାଦୀପ୍ତା ମହାପାତ୍ର, ଚିତ୍ତରଞ୍ଜନ ନାଏକ, ସୁଦୀପ ମିଶ୍ର, ନୀଳକଣ୍ଠ ନାଏକ, ସଞ୍ଜୀବ ମାଣ୍ଡୋଠିଆ, ବିନୋଦ ମାଝୀ, କସିଦା ଖାନ, ମାନିନୀ ପ୍ରଧାନ, ନିରଞ୍ଜନ ଦାସ, ରଶ୍ମି ରଞ୍ଜନ ସାହୁ, ପ୍ରଦ୍ୟୁମ୍ନ ସାହୁ, ରାକେଶ ମିଶ୍ର, ଲିଲି ବେହେରା, ଅରୁପ ସାମଲ, ଓଲ୍ଲି ଭାଇ, ଅରୁଣ ଦାସ ପ୍ରମୁଖ ଶତାଧିକ ନେତା ଓ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *