• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅତିରିକ୍ତ ସୁରକ୍ଷା ଜମା ଆଦାୟ ଓ ସ୍ମାର୍ଟ ମିଟର ବସାଇବା ବନ୍ଦ ଦାବିରେ

Bymamatanews

Dec 20, 2025
Spread the love


୨୪ରେ ଟାଟା ପାୱାର ଅଫିସ୍ ସମ୍ମୁଖରେ ଆନେ୍ଦାଳନ ଚେତାବନୀ


ଅନୁଗୁଳ (୨୦/୧୨/୨୦୨୫) : ବିଦୁ୍ୟତ୍ ବିତରଣ କମ୍ପାନୀ ଟାଟା ପାୱାର ପକ୍ଷରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନାଁରେ ବିଦୁ୍ୟତ୍ ଉପଭୋକ୍ତାଙ୍କୁ ଶୋଷଣ ବନ୍ଦ କରିବା, ସ୍ମାର୍ଟ ମିଟର ବସାଇବା ବନ୍ଦ କରିବା ଓ ଶିଳ୍ପ ଖଣି ପ୍ରଦୂଷଣରେ ଜର୍ଜରିତ ଅନୁଗୁଳ ଜିଲ୍ଲାର ଘରୋଇ ଉପଭୋକ୍ତାଙ୍କୁ ୩୦୦ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକ୍ତ ବିଦୁ୍ୟତ୍ ଯୋଗାଣ ଦାବିରେ ୨୪ ଡିସେମ୍ବରରେ ଟାଟା ପାୱାର ଅଫିସ୍ ସମ୍ମୁଖରେ ଆନେ୍ଦାଳନ ପାଇଁ ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି । ଆଜି ଅପରାହ୍ନରେ କମିଟିର ଆବାହକ ପ୍ରମୋଦ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ସ୍ଥାନୀୟ ଶିକ୍ଷକପଡାସ୍ଥ ନବକୃଷ୍ଣ ଚୌଧୁରୀ ସ୍ମୃତି ପାଠାଗାର ଠାରେ ଅନୁଷ୍ଠିତ କମିଟିର ଗୁରୁତ୍ୱର୍ପୂ ବୈଠକରେ ଅନ୍ୟତମ ଆବାହକ ବରିଷ୍ଠ ଆଇନ୍ଜୀବୀ ରବିନ୍ଦ୍ର ପ୍ରସାଦ ପନାୟକ, ଶିକ୍ଷାବିତ୍ ଅଭିମନୁ୍ୟ ସ୍ୱାଇଁ, ବ୍ରଜବନ୍ଧୁ ସାହୁ, ଦାମୋଦର ଦାସ, ତୀର୍ଥବାସୀ ଭୋଇ, ତ୍ରେତାନନ୍ଦ ସାମନ୍ତ, ନିରୋଦ ଚନ୍ଦ୍ର ପାଳ, ପଠାଣୀ ବାରିହା, ଅଶୋକ କୁମାର ପ୍ରଧାନ, ତ୍ରିଲୋଚନ ଜେନା, ହେମନ୍ତ କୁମାର ଦାସ, ମୋହନ ଦେହୁରୀ, ପ୍ରଦୀପ କୁମାର ପ୍ରଧାନ, ବସନ୍ତ କୁମାର ଦାସ, ନବକିଶୋର ପ୍ରଧାନ, ପ୍ରଦୀପ କୁମାର ମାଝୀ, କାଳୀଚରଣ ପ୍ରଧାନ, ନିରୁପମା ପ୍ରଧାନ ପ୍ରମୁଖ ଯୋଗଦେଇ ଟାଟା ପାୱାର ପକ୍ଷରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟକୁ ତୀବ୍ର ନିନ୍ଦା କରିଥିଲେ । ଟାଟା ପାୱାର ପକ୍ଷରୁ ଆଦାୟ କରାଯାଉଥିବା ଅତିରିକ୍ତ ସୁରକ୍ଷା ଜମା ଅତ୍ୟନ୍ତ ଅନ୍ୟାୟ, ଅଗଣତାନ୍ତ୍ରିକ ଓ ସର୍ମ୍ପୂ ବିଦୁ୍ୟତ୍ ଉପଭୋକ୍ତା ସ୍ୱାର୍ଥ ବିରୋଧୀ ବୋଲି ସେମାନେ ଅଭିଯୋଗ କରିଥିଲେ । ବର୍ତ୍ତମାନ ରାଜ୍ୟ ସରକାର ବିଦୁ୍ୟତ୍ ଉପଭୋକ୍ତାମାନଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦୁ୍ୟତ୍ ଯୋଗାଣ ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିବାବେଳେ ଟାଟା ପାୱାର ପକ୍ଷରୁ ବିଦୁ୍ୟତ୍ ଉପଭୋକ୍ତାଙ୍କୁ ଶୋଷଣ ପାଇଁ ସ୍ମାର୍ଟ ମିଟର ବସାଇବାକୁ ଅନୁମତି ଦେବା ଏବଂ ଅତିରିକ୍ତ ସୁରକ୍ଷା ଜମା ଆଦାୟ କରିବା ରାଜ୍ୟ ସରକାରଙ୍କ ଜନମାରଣ ନୀତିର ପରିଚୟ ବୋଲି ଉପସ୍ଥିତ ସଦସ୍ୟମାନେ ପ୍ରକାଶ କରିଥିଲେ । ଶିଳ୍ପ ଓ କୋଇଲା ଖଣି ପ୍ରଦୂଷଣରେ ଜର୍ଜରିତ ଅନୁଗୁଳ ଜିଲ୍ଲାର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ଦେୟମୁକ୍ତ ବିଦୁ୍ୟତ୍ ଯୋଗାଣ ପାଇଁ ଉପସ୍ଥିତ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ଟାଟା ପାୱାର ପକ୍ଷରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ତୁରନ୍ତ ବନ୍ଦ କରିବା ସହିତ ସ୍ମାର୍ଟ ମିଟର ବସାଇବା ବନ୍ଦ ଦାବିରେ ୨୪ ଡିସେମ୍ବରରେ ବିଦୁ୍ୟତ୍ ଉପଭୋକ୍ତାମାନଙ୍କୁ ନେଇ ଟାଟା ପାୱାର ଅଫିସ୍ ସମ୍ମୁଖରେ ଆନେ୍ଦାଳନ କରାଯିବ ବୋଲି ଆଜିର ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି କମିଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

Leave a Reply

Your email address will not be published. Required fields are marked *