ଅନୁଗୁଳ : ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନୁଆଁଦିଲ୍ଲୀ ଠାରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାକ୍ତନ ରାଜ୍ୟ ବିଜେପି ସଭାପତି ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମଙ୍ଗଳବାର ସାଂସଦ ଶ୍ରୀ ପାଣି ଡାଃ ପ୍ରଧାନଙ୍କୁ ଭେଟିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଓଡିଶା ବିଜେପି ର ପ୍ରାଣ ପ୍ରତିଷ୍ଠାତା ତଥା ଲକ୍ଷଲକ୍ଷ କାର୍ଯ୍ୟକର୍ତାଙ୍କର ମାର୍ଗ ଦର୍ଶକ ଡାଃ ପ୍ରଧାନ ଅଟଳବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟକରି ଓଡିଶାର ଜାତୀୟ ରାଜପଥକୁ ଦୂଇ ଗୁଣିତ କରିଥିଲେ |ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡାଃ ପ୍ରଧାନଙ୍କର ଧର୍ମପତ୍ନୀ ବସନ୍ତ ମଞ୍ଜରୀ ପ୍ରଧାନ ଉପସ୍ଥିତ ଥିଲେ | ସାଂସଦଙ୍କ ସହ ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ମଧ୍ୟ ଉପସ୍ଥିତ ଥିଲେ |
