• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଭାରସାମ୍ଯ ହରାଇ ବାଇକ ଦୁର୍ଘଟଣା ଗ୍ରସ୍ତ

Bymamatanews

Jan 21, 2025
Spread the love

ସମ୍ପର୍କୀୟ ଶଳା ଭେଣେଇ ଗୁରୁତ୍ତର

ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମ ନିକଟ ଦେଇ ଯାଇଥିବା କେନାଲ ରୋଡ ରେ ବାଇକ୍ ଦୁର୍ଘଟଣା ଗ୍ରସ୍ତ, ଶଳା ଏବଂ ଭେଣେଇ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ଦୁଇ ଗୁରୁତର ହେଲେ ତଳ ବେରେଣୀ ଗ୍ରାମର ସୁବ୍ରତ ସାହୁ ଏବଂ ବସଲା ଗ୍ରାମର ଗଣେଶ୍ୱର ସାହୁ । ସୂଚନା ଯେ, ତଳ ବେରେଣୀ ଗ୍ରାମର ସୁବ୍ରତ ସାହୁ ଏବଂ ବସଲା ଗ୍ରାମର ଗଣେଶ୍ୱର ସାହୁ । ଏହି ଦୁଇ ଜଣ ସମ୍ପର୍କ ରେ ଶଳା ଏବଂ ଭେଣେଇ। ପ୍ରତ୍ୟକ ଦିନ ବାଇକ୍ ଯୋଗେ ନାଲକୋ ଅଞ୍ଚଳକୁ କାର୍ଯ୍ୟ କରିବା ପାଇଁ ଆସିଥାନ୍ତି। ଏବଂ କେନାଲ ରୋଡ ରେ ଯିବା ଆସିବା କରିଥାନ୍ତି। ଆଜି କାର୍ଯ୍ୟ କରିବାକୁ ଆସି ଅପରାହ୍ନରେ କେନାଲ ରୋଡ ଫେରିବା ବେଳେ ହଠାତ୍ ଏକ ଗୋରୁ ଆସିଥିଲା। ଯାହା ଫଳରେ ବାଇକ୍ ଭାରସ୍ୟମ ହରାଇ ଗୋରୁ ସହ ଧକ୍କା ହୋଇଥିଲା। ଯାହା ଫଳରେ କେନାଲ ରାସ୍ତାରେ ଦୁଇ ଜଣ ଛିଟିକି ପଡିଥିଲେ। ସ୍ଥାନୀୟ ବାସୀ ଦୁଇ ଜଣ ଙ୍କୁ ଉଧାର କରି ଗାଡି ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *