• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଘାଟିତ

Bymamatanews

Jan 21, 2026
Spread the love

ଅନୁଗୋଳ(୨୧.୦୧. ୨୦୨୬) : ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ ଆଜି ପୂର୍ବାହ୍ନରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ବିଦ୍ୟାର୍ଥୀଙ୍କ ସମୃଦ୍ଧିରେ ଦେଶର ସମୃଦ୍ଧି ନିର୍ଭର କରେ ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ଦେବାଶିଷ ସାହୁ ଯୋଗ ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନିରଞ୍ଜନ ସାହୁ ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଅମ୍ବୁଜ କୁମାର ଗଡ଼ନାୟକ ମଞ୍ଚ ପରିଚାଳନା କରିଥିଲେ। ଏହି ଉତ୍ସବରେ ଜିଲ୍ଲାର ୧୧ଗୋଟି ପିଏମଶ୍ରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇ ନିଜର କୃତିତ୍ୱ ପ୍ରଦର୍ଶନ କରିଥିଲେ । ଅନ୍ୟତମ ଆକର୍ଷଣ ଭାବେ ଛାତ୍ରଛାତ୍ରୀଙ୍କ ଅଭିନୀତ ‘district level model parliament ‘ ସମସ୍ତଙ୍କ ମନ ମୋହିଥିଲା । ଏହାସହ ପିଏମଶ୍ରୀ ଦୋକାନ ଯାତ୍ରା, ଆକାଂକ୍ଷୀ ମେଳା, କ୍ରୀଡାଙ୍ଗନ,କୁଶଳୀ, ଜିଜ୍ଞାସା ଓ ସାହିତ୍ୟ ସୃଜନୀ ଆଦି ଆକାଂକ୍ଷୀ ପାଠ୍ୟକ୍ରମର ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଗୋଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ବୃନ୍ଦ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *