• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଓମାନରେ ଫସି ରହିଥିବା ୪ ଜଣ ଓଡ଼ିଆ ଶ୍ରମିକ ନିରାପଦ ଭାବେ ଓଡ଼ିଶା ଫେରିଲେ

Bymamatanews

Feb 21, 2025
Spread the love

ଓମାନରେ ଫସି ରହିଥିବା ଗଞ୍ଜାମ ଅଞ୍ଚଳର ୪ ଜଣ ଓଡ଼ିଆ ଶ୍ରମିକ ନିରାପଦ ଭାବେ ଓଡ଼ିଶା ଫେରି ଆସିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ୍‍. ଜୟଶଙ୍କର ଏବଂ ଓମାନରେ ଥିବା ଭାରତୀୟ ଦୂତାବାସକୁ ଧନ୍ୟବାଦ ଜଣାଇଛନ୍ତି। ଏହି ଓଡ଼ିଆ ଶ୍ରମିକମାନଙ୍କ ବିଷୟରେ ଇ-ମେଲ ଓ ବିଭିନ୍ନ ଓଡ଼ିଆ ଖବର କାଗଜରୁ ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରମିକମାନଙ୍କ ଉଦ୍ଧାର ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଆବାସିକ କମିଶନର ବିଦେଶ ମନ୍ତ୍ରାଳୟ ଏବଂ ଓମାନରେ ଥିବା ଭାରତର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରି ଶ୍ରମିକମାନଙ୍କ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ।ସେମାନେ ଗତକାଲି ଭୋର ୪ ଟାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ ଯୋଗେ ମସ୍କଟରୁ ମୁମ୍ୱାଇ ଆସିଥିଲେ ଏବଂ ଆଜି ମୁମ୍ୱାଇରୁ ଭୁବନେଶ୍ୱରରେ ପହଞ୍ଚି ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିଛନ୍ତି।

Leave a Reply

Your email address will not be published. Required fields are marked *