ଝିଅ ର ମୃତ୍ୟୁ କୁ ନେଇ ପରିବାରବର୍ଗ ଆଣିଲେ ହତ୍ୟା ଅଭିଯୋଗ
କଟକ ଜିଲ୍ଲା ଅନ୍ତର୍ଗତ ଟାଙ୍ଗି ଥାନା ଜରିପଡା ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ବନ୍ଦ ଘରେ ମୃତ ମହିଳାଙ୍କ ଦେହ ପଡିରହିଥିବା ବେଳେ ଘଟଣାସ୍ଥଳରୁ ପରିବାର ସଦସ୍ୟ ଫେରାର ହେବାର ଜଣାପଡିଛି । ମୃତ ମହିଳା ଜଣକ ହେଲେ ଶିତୁ ପ୍ରଧାନ । ମୃତ ମହିଳାଙ୍କ ନିଜ ମା ମିନତୀ ପ୍ରଧାନ କହିବା ଅନୁଯାୟୀ ଦେଢ଼ ବର୍ଷ ହେଲା ଉକ୍ତ ଗ୍ରାମର ମୁଳିଆ ସ୍ୱାଇଁଙ୍କ ପୁଅ ରାଜେନ୍ଦ୍ର ସ୍ୱାଇଁ ବିବାହ ହୋଇଥିଲେ । ବିବାହର ୬ ମାସ ସବୁ ଠିକଠାକ ଚାଲିଥିଲା । ପରେ ଯୌତୁକ ପାଇଁ ଝିଅକୁ ଶାଶୁଘର ଲୋକେ ହଇରାଣ କରୁଥିଲେ । ଝିଅର ବାପା ନଥିବା ବେଳେ ୬ମାସର ଏକ ଶିଶୁ ପୁତ୍ର ଥିବା ବେଳେ ଝିଅର ଏଭଳି ମୃତ୍ୟୁ ପାଇଁ ପରିବାର ଲୋକେ ସମ୍ପର୍ଣ୍ଣ ଭାଙ୍ଗି ପଡିଛନ୍ତି। ଝିଅ ସଂନ୍ଧ୍ୟାରେ ମା ଓ ମାଇଁ ସହ କଥା ହୋଇଥିବା ବେଳେ ଅଧ୍ୟ ଘଣ୍ଟା ମଧ୍ୟରେ ମୃତ୍ୟୁ ଖବର ପାଇବା ପରିବାର ଲୋକଙ୍କୁ ଚକିତ କରିଥିଲା। ପରିବାରର ଲୋକେ ତୁରନ୍ତ ଆସି ଦେଖିବାକୁ ପାଇଥିଲେ ଝିଅର ମୃତ ଦେହ ପଡି ରହିଥିବା ବେଳେ ଶ୍ୱଶୁର ଘର ପରିବାର ଲୋକେ ଫେରାର ହୋଇ ଯାଇଛନ୍ତି। ଏ ନେଇ ଝିଅର ମା ଟାଙ୍ଗି ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ପାରି ପାର୍ଶ୍ଵିକ ତଦନ୍ତ କରି ସାଇଣ୍ଟିଫିକ ଟିମ୍ ଛାନବିନ କରିବା ପରେ ବ୍ୟବଛେଦ ପାଇଁ କଟକ ବଡ଼ ମେଡ଼ିକାଲ କୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ୍
