ଅନୁଗୋଳ ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ଏକ ବିଶାଳ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବା ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯେ, ସହର ର କଳାକେନ୍ଦ୍ର ଠାରେ ଆସନ୍ତା ୨୩ ଫେବୃଆରୀ ରବିବାର ଦିନ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରାଯାଉଛି। ଏହି ଶିବିରରେ ୫୦୦ ୟୁନିଟ ରକ୍ତ ସଂଗ୍ରହ ପାଇଁ ଠିକାଦାର ସଙ୍ଘ ଆଶା ରଖିଛି। ଏଥିପାଇଁ ସମସ୍ତ ବର୍ଗଙ୍କ ସହାୟତା ନିବେଦନ କରିଛନ୍ତି ସଂଘର ସଭାପତି ସୁନିଲ ପ୍ରଧାନ ଓ ଅନ୍ୟ ସଦସ୍ୟ ଗଣ । ଶୁକ୍ରବାର ଅପରାହ୍ନ ରେ ଏକ ସାମ୍ୱାଦିକ ସମ୍ମିଳନୀରେ ଆୟୋଜନ ହେବାକୁ ଥିବା ରକ୍ତଦାନ ଶିବିର ବିଷୟରେ ସଂଘର ସଭାପତି ସୁନିଲ କୁମାର ପ୍ରଧାନ ସୂଚନା ଦେଇଥିଲେ। ରବିବାର ସକାଳ ୭.୩୦ ରୁ ଏହି ରକ୍ତଦାନ ଶିବିର ଆରମ୍ଭ ହେବ। ରକ୍ତଦାନ ଶିବିର ଆୟୋଜନ ଅବସରରେ ରକ୍ତଦାତାଙ୍କ ଉତ୍ସାହ କରିବାକୁ ଅନ୍ୟ ମାନଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି,ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲା ପ୍ରଶାସନ ର ଅଧିକାରି ମାନେ ଓ ଅନୁଗୋଳ ଜିଲ୍ଲା ଠିକାଦାର ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ବୋଲି ଠିକାଦାର ସଙ୍ଘର ସଭାପତି ସୁନିଲ କୁମାର ପ୍ରଧାନ କହିଛନ୍ତି।
