• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ରେ ୫ ଗିରଫ

Bymamatanews

Feb 21, 2025
Spread the love

ଜୀବନରୁ ମାରି ଦେବା ପାଇଁ ଦିଆ ଯାଇଥିଲା ସୁପାରି

ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଧୋକୁଟା କହ୍ନେଇ ନଗର ଅଞ୍ଚଳରେ କିଛି ଦିନ ପୂର୍ବେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ସଫଳତା ମିଳିଛି। ଏହି ମାମଲରେ ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବ ଶତ୍ରୁତା ଯୋଗୁଁ ହତ୍ୟା କରିବା ପାଇଁ ସୁପାରୀ ଦିଆ ଯାଇଥିବା ବେଳେ ସୁପାରୀ ପାଇ ଅଭିଯୁକ୍ତ ମାନେ ଏହି ଗୁଳିକାଣ୍ଡ କରିଥିବା ପୋଲିସ କହିଛି । ଏହି ସେମାନଙ୍କ ପାଖରୁ ୨ଟି ପିସ୍ତଲ ସହ ୧୩ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଆଜି ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବନ୍ତଳା ଥାନା ଧୋକୁଟା କହ୍ନେଇ ନଗର ବନଦୁର୍ଗା ମନ୍ଦିର ନିକଟରେ ଗତ ୧୭ ତାରିଖ ରାତି ପ୍ରାୟ ୮ ଟା ବେଳକୁ ବନ୍ତଳା ଥାନା କହ୍ନେଇନଗରର ବିଷ୍ଣୁଚରଣ ନାଏକ ଓ ଶିବରାମ ନାଏକଙ୍କୁ ଗୁଳିମାଡ଼ ହୋଇଥିଲା । ଏଥିରେ ଉଭୟଙ୍କ ଦେହରେ ଗୁଳି ବାଜିଥିଲା । ସେମାନେ କଟକ ବଡ଼ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି । ଏହି ଗୁଳିକାଣ୍ଡ ଘଟଣାରେ ବନ୍ତଳା ଥାନା ୫ ଜଣ ଙ୍କୁ ଗିରଫ କରିଛି । ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସେମାନଙ୍କ ପାଖରୁ ୨ଟି ଦେଶୀ ପିସ୍ତଲ, ୧୩ଟି ଜୀବନ୍ତ ଗୁଳି, ଗୋଟିଏ ଭୁଜାଲି, ୩ଟି ବାଇକ୍‌, ୫ଟି ମୋବାଇଲ ଫୋନ୍‌, ଗୋଟିଏ ଅଟୋରିକ୍ସା, ନଗଦ ୧୨୨୦ ଟଙ୍କା ଓ ଗୋଟିଏ ଏଟିଏମ୍‌ କାର୍ଡ ଜବତ କରାଯାଇଛି । ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ତା’ର ତଦନ୍ତ ଚାଲିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ କହିଛନ୍ତି ।

Leave a Reply

Your email address will not be published. Required fields are marked *