ଦୁର୍ଘଟଣାରେ ଜଣେ ମୃତ ଦୁଇ ଆହାତ ହୋଇଥିବା ନେଇ ସୂଚନା

ଛେଣ୍ଡିପଦା : ୫୫ ନମ୍ବର ଜାତୀୟ ରାଜପଥର ନୂଆବଡ଼କେରା ଗ୍ରାମ ନିକଟରେ ଆଜି ଅପରାହ୍ନରେ ପୁଣି ଏକ ସଡ଼କ ଦୁର୍ଘଟଣା ଘଟିଛି । ସୂଚନା ଯୋଗ୍ୟ ଯେ , ସମ୍ବଲପୁର ଆଡୁ ଅନୁଗୋଳ ଅଭିମୁଖେ ଯାଉଥିବା ବେଳେ ଏକ ମାରୁତି କାର ଗାଡ଼ି ନମ୍ବର ଓ ଆର୍ ୧୯ – ଇ – ୦୧୦୪ ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡର ସହ ଦୁର୍ଘଟଣା ଘଟି ଓଲଟି ପଡ଼ିଥିଲା ।

ସୂଚନା ମୁତାବକ ଗାଡ଼ି ଯାଉଥିବା ବେଳେ ଦୁଇଟି ଗାଈ ବାଛୁରୀ ରାସ୍ତା ଅତିକ୍ରମ କରୁଥିବା ବେଳେ ଚାଳକ ଦୁର୍ଘଟଣା ରୁ ବଞ୍ଚାଇବାକୁ ଯାଇ କାର ଦୁର୍ଘଟଣା ସମ୍ମୁଖୀନ ହୋଇଥିଲା। କାର ମଧ୍ୟରେ ଥିବା ୩ ଜଣ ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ପଠାଇଥିଲେ । ଏ ନେଇ ସ୍ଥାନୀୟ ବନ୍ତଲା ଥାନା ପୋଲିସ ପକ୍ଷରୁ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଆହତ ବ୍ୟକ୍ତିଙ୍କ ମଧ୍ୟରୁ ଜଣକ ମୃତ୍ୟୁ ଘଟିଥିବା ନେଇ ପ୍ରାଥମିକ ସୂଚନା ମିଳିଛି।
