ପମ୍ପାସର ରେଞ୍ଜରଙ୍କ ନାମରେ ସାଙ୍ଗାତିକ ଅଭିଯୋଗ ଆଣିଲେ ୱାଚର
ହତ୍ୟା ପାଇଁ ପ୍ରବତାଇଲେ ରେଞ୍ଜର୍ସ କଥା ସ୍ୱୀକାର ନକରିବାରୁ ଚାକିରିରୁ ବରଖାସ୍ତ ହେଲେ ୱାଚର
ସାତକୋଶିଆ ବନଖଣ୍ଡର ପମ୍ପାସର ରେଞ୍ଜରଙ୍କ ବିରୋଧରେ ସାଙ୍ଗାତିକ ଅଭିଯୋଗ ଆଣିଲେ ୱାଚର । ୱାଚର ଜଣଙ୍କ ହେଲେ ହୃଦାନନ୍ଦ ନାଏକ। ହୃଦାନନ୍ଦଙ୍କୁ ଚାକିରିରୁ ଛଟେଇ କରିବା ପରେ ତାଙ୍କୁ ମିଛ କେସ୍ରେ ଫସାଇବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ୱାଚର ହୃଦାନନ୍ଦ ନାଏକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇ ନ୍ୟାୟ ପାଇଁ ଲିଖିତ ଅଭିଯୋଗ କରିଛନ୍ତି।

ଟାକରସିଂହା ଗ୍ରାମର ହୃଦାନନ୍ଦ ନାଏକ ୧୦ ବର୍ଷରୁ ଊର୍ଦ୍ଧ ସମୟ ହେଲା ୱାଚର ଭାବେ କାର୍ଯ୍ୟରତ ଥିଲେ। ସେ ନୂଆପଡ଼ା ଫରେଷ୍ଟ ବିଟ୍ରେ କାର୍ଯ୍ୟରତ ଥିବା ବେଳେ ରେଞ୍ଜର ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଚାକିରିରୁ ବିଦା କରିଦେଇଥିଲେ। ବଲଙ୍ଗର ସରପଞ୍ଚଙ୍କ ସ୍ଵାମୀ, ସମିତିସଭ୍ଯ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହାଣି ଦେବା ପାଇଁ ରେଞ୍ଜର ନିର୍ଦ୍ଦେଶ ଦେଇଥିଲେ। ତାଙ୍କ କଥା ନମାନିବାରୁ ତାଙ୍କୁ ଗତ ଡିସେମ୍ବର ମାସରୁ ଛଟେଇ କରାଯାଇଥିବା ହୃଦାନନ୍ଦ ଅଭିଯୋଗ କରିଛନ୍ତି । ଚାକିରି ଯିବା ପରେ ପରିବାର ପ୍ରତିପୋଷଣ ବହୁ କଷ୍ଟକର ହୋଇ ପଡିଛି । ଏମିତିକି ତାଙ୍କୁ ମିଛ କେସ୍ରେ ଫସାଇବାକୁ ଓ ରେଞ୍ଜର ଧମକ ଦେଉଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏ ସମ୍ପର୍କରେ ପମ୍ପାସର ଫେଜ୍ ଅଫିସର ଦିଲେଶର ନାଏକଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା।
