• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଆରୋଗ୍ୟମ୍ ଯୋଗ ଏବଂ ୱେଲଫେୟାର ଆସୋସିଏସନର ଅନ୍ତର୍ଜାତୀୟ ଯୋଗଦିବସ ପାଳନ

Bymamatanews

Jun 21, 2025
Spread the love


…………………………………………..

ଏଗାରତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଉପଲକ୍ଷେ ଆରୋଗ୍ୟମ୍ ଯୋଗ ଏବଂ ୱେଲଫେୟାର ଆସୋସିଏସନ (ଆଇୱା ) ଢେଙ୍କାନାଳ ଦ୍ୱାରା ଓଡାପଡା ବ୍ଲକ ଅନ୍ତର୍ଗତ ନୟାଭାଗିରଥିପୁର ଗ୍ରାମପଞ୍ଚାୟତର ଧଳପୁର ଉଚ୍ଚବିଦ୍ୟାଳୟ ଖେଳପଡିଆରେ ଏକ ଯୋଗା ଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଦୈନିକ ଖବରକାଗଜ “ସମାଜ “ର ଢେଙ୍କାନାଳ ଓ ଅନଗୁଳ ଜିଲ୍ଲା ଶାଖା ପ୍ରମୁଖ ଶ୍ରୀ ସୁକାନ୍ତ କୁମାର ମିଶ୍ର ମହୋଦୟ ଯୋଗଦେଇ ଯୋଗଦିବସର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ମୋଟଙ୍ଗା ଥାନା ଅଧିକାରୀ ଶ୍ରୀ ଲେଙ୍କା ମହୋଦୟ ଯୋଗଦେଇ ଯୋଗ ଆମର ବହୁ ପୁରାତନ ପରମ୍ପରା ଏବଂ ଏହାକୁ ଆଧାର କରି ସମସ୍ତେ ସୁସ୍ଥ ରହିବା ଉଚିତ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ନୟାଭାଗିରଥିପୁର ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ ଜଟି ନାଏକ ଯୋଗ ଦେଇ ପ୍ରଥମ କରି ପଞ୍ଚାୟତ ସ୍ଥରରେ ଏଭଳି ଏକ କାର୍ଯ୍ୟକ୍ରମ ହୋଇଥିବାରୁ ଆଇୱା, ଢେଙ୍କାନାଳର କାର୍ଯ୍ୟକର୍ତ୍ତାମାନଙ୍କୁ ସାଧୁବାଦ ଦେଇଥିଲେ ଏବଂ ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଜାରି ରହିବ ବୋଲି କହିଥିଲେ। ଭାରତମାତା ସେବାନୁଷ୍ଠାନର ସମ୍ପାଦକ ତଥା ଢେଙ୍କାନାଳ ଜିଲ୍ଲା ସଙ୍ଘଚାଳକ ( ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ) ଶ୍ରୀ ଶକ୍ତିପ୍ରସାଦ ନନ୍ଦ ମହୋଦୟ ଯୋଗର ଉପକାରିତା ଉପରେ ଆଲୋକପାତ କରିଥିଲେ। ଶେଷରେ ଆରୋଗ୍ୟମ୍ ଯୋଗ ଏବଂ ୱେଲଫେୟାର ଆସୋସିଏସନର ନିର୍ଦ୍ଦେଶିକା ଅନସୂୟା ମିଶ୍ର ପ୍ରତ୍ୟେକ ଦିନ ଯୋଗାଭ୍ୟାସ ନିୟମପୂର୍ବକ କଲେ ତାର ସୁଫଳ ନିଶ୍ଚୟ ମିଳିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମଟି ଆରୋଗ୍ୟମ୍ ଯୋଗ ଏବଂ ୱେଲଫେୟାର ଆସୋସିଏସନ ଏବଂ ଭାରତମାତା ସେଵାନୁଷ୍ଠାନ, ଢେଙ୍କାନାଳ ମିଳିତ ଭାବରେ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶିକା ସୁଶ୍ରୀ ଅନସୂୟା ମିଶ୍ର,ସମ୍ପାଦକ ପ୍ରଭାସ ଚନ୍ଦ୍ର ପାଢ଼ୀ, ସବିତା ସିଂ,ରଶ୍ମିତା ସାହୂ,ଆଦୃତା ଶିଶୁ ସଦନର ପରିଚାଳକ ସୁଶାନ୍ତ କୁମାର ପଟ୍ଟନାୟକ,ଆଇୱାର ଯୋଗ ପ୍ରଶିକ୍ଷାର୍ଥୀମାନେ, ଧଳପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାର୍ଥୀ ତଥା ନୟାଭାଗିରଥିପୁର ପଞ୍ଚାୟତର ଅଙ୍ଗନବାଡ଼ୀ କର୍ମୀ,ଆଶା ଦିଦି ଓ ସ୍ଥାନୀୟ ବାସିନ୍ଦାମାନେ ଯୋଗ ଦେଇଥିଲେ।ଯୋଗ ପ୍ରଶିକ୍ଷକ ଶ୍ରୀ ଦୁର୍ଗା ଶଙ୍କର ଶତପଥି ସରକାରି ପ୍ରୋଟୋକୋଲ ଅନୁସାରେ ସମସ୍ତଙ୍କୁ ଯୋଗାଭ୍ୟାସ କରାଇଥିଲେ। ଆଦୃତା ଶିଶୁ ସଦନର ପିଲା (ଅନୁଷ୍ଠାନର ଯୋଗ ଶିକ୍ଷାର୍ଥୀ )ମାନଙ୍କ ଦ୍ୱାରା ଏକ ଚିତାକର୍ଷକ ଯୋଗ ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ସମ୍ପାଦକ ପ୍ରଭାସ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।ଅନୁଷ୍ଠାନର ଯୋଗ ପ୍ରଶିକ୍ଷିକା ମନସ୍ବିନୀ ମିଶ୍ରଙ୍କ ଦ୍ୱାରା ଟାଟା ଷ୍ଟିଲ ମେରାମଣ୍ଡଳୀ ଓ କେ. ଆର. ଏଲ ଇଂଫ୍ରାଷ୍ଟ୍ରକଚର ଠାରେ ଏବଂ ଶ୍ରୀମତୀ ବାସନ୍ତୀ ବେହେରାଙ୍କ ଦ୍ୱାରା ଜି . ଏନ. ଏମ କଲେଜ, ଢେଙ୍କାନାଳ ଠାରେ ଯୋଗାଭ୍ୟାସ କାର୍ଯ୍ୟ ପରିଚାଳନା କରାଯାଇଥିଲା।

Leave a Reply

Your email address will not be published. Required fields are marked *