• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ଅନୁଗୋଳ : ଜିଲ୍ଲା ସଡକ ସୁରକ୍ଷା କମିଟିର ଏକ ବୈଠକ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ଅବଦାଲ ମହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ଅଗଷ୍ଟ ମାସରେ ହୋଇଥ‌ିବା ଦୁର୍ଘଟଣା, ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ ପ୍ରକାର ପଦକ୍ଷେପ ଊପରେ ପରିବହନ ବିଭାଗ ଦ୍ବାରା କମିଟି ସଭ୍ୟଙ୍କୁ ଅବଗତ କରାଯାଇଥିଲା ।

ପରିବହନ ବିଭାଗ ସୂଚନା ଅନୁଯାୟୀ ଗତ ଅଗଷ୍ଟ ମାସରେ ଜିଲ୍ଲାରେ ମୋଟ ୩୦ଟି ଦୁର୍ଘଟଣା ଘଟିଥିବାବେଳେ ୧୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୯ ଜଣ ଆହତ ହୋଇଛନ୍ତି । ଗତ ମାସରେ ୧୪ଟି ଦୁର୍ଘଟଣା ଜାତୀୟ ରାଜପଥରେ ଘଟିଥିବାବେଳେ ୧୬ ଟି ଦୁର୍ଘଟଣା ରାଜ୍ୟ ରାଜପଥ ଓ ଅନ୍ୟାନା ଅଞ୍ଚଳରେ ଘଟିଛି । ଗତ ମାସରେ ପରିବହନ ବିଭାଗ ଦ୍ବାରା ହୋଇଥିବା ଯାଞ୍ଚ ସମୟରେ ବିନା ହେଲମେଟରେ ଗାଡି ଚାଳନା ଯୋଗୁ ୮୨୧ ଜଣ, ଦ୍ରୁତ ଗାଡି ଚାଳନା କରିବା ଯୋଗୁ ୫୪୨ଜଣ, ମଦ୍ୟପାନ କରି ଗାଡିଚାଳନା ନିମନ୍ତେ ୨୨ ଜଣ, ଅତ୍ୟଧିକ ମାଲ ପରିବହନ ନିମନ୍ତେ ୩୭ ଜଣଙ୍କ ଠାରୁ ଜୋରିମନା ଆଦାୟ କରାଯାଇଥିବାବେଳେ ୫୬୫ ଜଣଙ୍କର ଲାଇସେନ୍ସ ନିଲମ୍ବନ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧୀକ୍ଷକ ରାହୁଳ ଜୈନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଆଇ ଏ ଏସ ପ୍ରୋବେସନର କସ୍ତୁରୀ ସା, ତାଳଚେର ଉପଜିଲ୍ଲାପାଳ ଶ୍ରୀ ସମୀର କୁମାର ଜେନା, ଅନୁଗୋଳ ଊପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସମ୍ବିତ କୁମାର, ସାମ୍ବାଦିକ ଶ୍ରୀ ସଂଗ୍ରାମ ରଞନ ଦାସଙ୍କ ସମେତ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ଓ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *