• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୩୯ ବର୍ଷରେ ସ୍ୱର୍ଣଲକ୍ଷ୍ମୀ ପୂଜା କମିଟି। ମଣ୍ଡପରେ ଝଲସୂଚୀ ଶ୍ରୀମନ୍ଦିରର କଳାକୃତି

Bymamatanews

Oct 21, 2024
Spread the love
Subscribe, comment

ଅଭଡ଼ା ପାଇଁ ନାହିଁ ନଥିବା ଭକ୍ତ ଙ୍କ ସୁଅ ଛୁଟିଛି

ଅନୁଗୁଳ ଜିଲ୍ଲା ସବୁବେଳେ ନିଜ ଆକର୍ଷଣୀୟ ତୋରଣ ଓ ଚିତ୍ତାକର୍ଷକ ଶୋଭାଯାତ୍ରା ପାଇଁ ପ୍ରସିଦ୍ଧ ଥିବା ଅନୁଗୁଳ ସ୍ବର୍ଣ୍ଣଲକ୍ଷ୍ମୀ ପୂଜା କମିଟି କାଞ୍ଚନ ବଜାର ଏଥର କିଛି ଅଲଗା କରି ଦେଖାଇଛନ୍ତି।ଚଳିତ ବର୍ଷ ପୁରୀ ଶ୍ରୀମନ୍ଦିର ର ପ୍ରତିରୂପ ତାଙ୍କ ମଣ୍ଡପରେ ଶୋଭା ପାଇଛି। ଦର୍ଶକ ମାନେ ଏହାକୁ ପ୍ରଚୁର ଭଲପାଇବା ଦେଉଛନ୍ତି। ମଣ୍ଡପରେ ରହିଛି ଗୋଡ଼ ଧୋଇବା ବ୍ୟବସ୍ଥା,ବାଇଶି ପାହାଚ,ନାଟ ମନ୍ଦିର ରେ ଆକର୍ଷଣୀୟ ସାଜସଜ୍ଜା,ଲକ୍ଷ୍ମୀ ଙ୍କ ମୃଣ୍ମୟୀ ପ୍ରତିମା ଓ ଶେଷରେ ଆନନ୍ଦ ବଜାର।ଦିନ ବେଳା ଅଭଡ଼ା ର ବାସ୍ନା ଓ ସନ୍ଧ୍ୟା ରେ ମାଲପୁଆ,କାକରା, ଗଜା ଭଳି ଶୁଖିଲା ଭୋଗ।

ପ୍ରାୟ ତିରିଶ ଫୁଟ ଉଚ୍ଚର ଶ୍ରୀମନ୍ଦିରର ପ୍ରତିକୃତି ରେ ମଧ୍ୟ ଶୋଭା
ପାଉଛି ନୀଳ ଚକ୍ର ଓ ପତିତପାବନ ବାନା। କର୍ମକର୍ତ୍ତାଙ୍କ ଅଦମ୍ୟ ପ୍ରୟାସରେ କାଞ୍ଚନ ବଜାର ପୂଜା ମଣ୍ଡପ ଦର୍ଶକ ଙ୍କୁ ବେଶ ଆକର୍ଷିତ କରୁଛି। କମିଟି ର ସଭାପତି ରତିକାନ୍ତ ଦାସ,ସମ୍ପାଦକ ଗାଙ୍ଗୁଲି ସାହୁ କୋଷାଧ୍ୟକ୍ଷ ଲାଲମୋହନ ଦାସ ଏବଂ ତାଙ୍କ ସହଯୋଗୀ ମାନେ ପୂଜା କୁ ସର୍ବାଙ୍ଗ ସୁନ୍ଦର କରିବାପାଇଁ ଚେଷ୍ଟା ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *