ଝିଅ ଘର ପରିବାର ଲୋକେ ଆଣିଲେ ହତ୍ୟା ର ଅଭିଯୋଗ
ଅନୁଗୋଳ ସଦର ଥାନା ଅନ୍ତର୍ଗତ ବଲାସିଂହା ଗ୍ରାମରେ ଜଣେ ନବବଧୂଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଝିଅ କୁ ହତ୍ୟା କରାଯାଇଥିବା ଅଭିଯୋଗ ମୃତକର ଭାଉଜ । ସୂଚନା ଯେ, ମୃତକ ଜଣଙ୍କ ହେଲେ ବନ୍ତଳା ଥାନା ତଳଗଡ ପଞ୍ଚାୟତ କନ୍ତମେଘ ଗ୍ରାମର ଲୋକନାଥ ସାହୁ ଙ୍କ ୨୦ ବର୍ଷୀୟ ଝିଅ ଲିପିକା ସାହୁ। ଲିପିକା ସଦର ଥାନା ଅନ୍ତର୍ଗତ ବଲାସିଂହା ଗ୍ରାମରଙ୍କ ଗୌରାଙ୍ଗ ପ୍ରଧାନ ପୁଅ ସୁନୀଲ ପ୍ରଧାନ ଙ୍କୁ ଗତ ତିନି ମାସ ତଳେ ବୈଦିକ ରୀତିରେ ବିବାହ କରାଇଥିଲେ। ଆଜି ସକାଳ ସମୟରେ ଲିପିକା ଫ୍ୟାନ ରେ ଝୁଲି ଥିବା ଦେଖି ଲିପିକାଙ୍କ ଶ୍ୱଶୁର ଘର ଲୋକ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଆଣି ଲିପିକାଙ୍କ ବାପ ଘର କୁ ଖବର ଦେଇଥିଲେ। ଲିପିକା ଙ୍କ ବାପ ଘର ଲୋକେ ଝିଅ ଘରକୁ ନମିଳିବାରୁ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଦେଖିଲେ ଯେ ଲିପିକା ର ମୃତ୍ୟୁ ହୋଇ ସାରିଛି। ଏହା ଦେଖି ଲିପିକା ଙ୍କ ବାପ ଘର ଲୋକ ଆମ ଝିଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ପୂର୍ବରୁ ଲିପିକା କୁ ବାରମ୍ବାର ନିର୍ଯ୍ୟତନା ଦେଉଥିଲେ। ଏ ଘଟଣା ନେଇ ଲିପିକା ଙ୍କ ଭାଇ ପ୍ରଭାତ କୁମାର ସାହୁ ଥାନା ଅଭିଯୋଗ କରିଛନ୍ତି। ବଡ ଦୁଃଖର ଘଟଣା ଲିପିକାର ଭାଉଜଙ୍କ କହିବା ଅନୁଯାୟୀ ନଣନ୍ଦ ର ଶ୍ୱଶୁର ଘର ଲୋକେ ମୃତ ଶରୀରକୁ ଛାଡି କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ଯେଉଁ ମାନେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମୃତଦେହ ଆଣିଥିଲେ ସେମାନେ କିଏ ଓ ଗଲେ କୁଆଡେ ବୋଲି କାନ୍ଦି କାନ୍ଦି ନ୍ୟାୟ ପାଇଁ ନେହୁରା ହେଉଛି ଲିପିକାର ଭାଉଜ
ଏବେ କଥା ରହିଲା ଲିପିକାଙ୍କୁ ହତ୍ୟା କରାଯାଇଛି ନା ଲିପିକା ଆତ୍ମହତ୍ୟା କରିଛିନ୍ତି ଯଦି ଆତ୍ମହତ୍ୟା କରିଛନ୍ତି ତାହାର କାରଣ ତାହା ତଦନ୍ତ ପରେ ଜଣା ପଡିବ।
