• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୬୫ ତମ ପୋଲିସ ସହିଦ୍ ସ୍କୃତି ଦିବସ ପାଳିତ

Bymamatanews

Oct 21, 2024
Spread the love

୬୫ ତମ ପୋଲିସ ସହିଦ୍ ସ୍କୃତି ଦିବସ ଅନୁଗୋଳ ଜିଲ୍ଲା ପୋଲିସ ବ୍ୟାରେକ ପଡିଆ ଠାରେ ପାଳିତ ହୋଇ ଯାଇଛି। ଏଥି ପାଇଁ ଆୟାଜିତ ଉତ୍ସବରେ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ IG(ଆଇଜି) ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ଭାବ ଯୋଗ ଦେଇ କାର୍ଯ୍ୟକ୍ଷେତ୍ର ସହିଦ ହୋଇଥିବା ପୋଲିସଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଉତ୍ସବରେ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ପ୍ରଥମେ ସହିଦ ସ୍କୃତି ପିଠ ରେ ପୁଷ୍ପମାଲ୍ୟ ଅର୍ପଣ ପରେ ପ୍ୟାରେଡ ଅନୁଷ୍ଠତି ହୋଇଥିଲା। ଜିଲ୍ଲାରେ କାର୍ଯ୍ୟ କରୁଥିବା ପୋଲିସ ମାନଙ୍କ ମନ ବଳ ବଢାଇବା ଉଦ୍ଦେଷ୍ୟରେ ଏହି ଉତ୍ସବ ପାଳନ କରାଯାଇଛି।

ଅନୁଗୋଳ ରୁ ସୁଶାନ୍ତ କୁମାର ସାମଲ ଙ୍କ ରିପୋର୍ଟ ମମତା ନ୍ୟୁଜ

Leave a Reply

Your email address will not be published. Required fields are marked *