• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୬୫ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ l

Bymamatanews

Oct 21, 2024
Spread the love

ଜଗତସିଂହପୁର ସଦର ମହକୁମା ସ୍ଥିତ ବାରଙ୍ଗ ରିଜର୍ଭ ପଡ଼ିଆ ଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ୬୫ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗାତା ଯୋଗଦେଇ ଶହୀଦ ସ୍ମୃତି ସ୍ତମ୍ଭରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାରା ଦେଶରେ ୬୫ତମ ଶହୀଦ ସ୍ମୃତି ଦିବସ ପାଳନ କରାଯାଉଛି। ଶହୀଦ ସ୍ମୃତି ଦିବସ ଅବସରରେ ଜିଲ୍ଲା ପୋଲିସ ପକ୍ଷରୁ ଏକ ପ୍ୟାରେଡ଼ ଅନୁଷ୍ଠିତ ହୋଇଥିଲା। କର୍ତ୍ତବ୍ୟ ପଥରେ କର୍ମ କଲାବେଳେ ପୋଲିସ କର୍ମଚାରୀ ମାନେ ପ୍ରାଣର ଆହୁତି ଦେଉଛନ୍ତି। ଆମେ ତାଙ୍କ ଠାରୁ ପ୍ରେରଣା ପାଉଛୁ ବୋଲି ଆରକ୍ଷୀ ଅଧିକ୍ଷକ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଜଗତସିଂହପୁର ଡି ଏସ ପି ଅମରେନ୍ଦ୍ର ପଣ୍ଡା,ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ,ପ୍ରମୁଖ ପରିଚାଳନା କରିଥିଲେ |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *