• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କୀର୍ତ୍ତନ ଗାୟିକା ଅଞ୍ଜନା ଦେହେରୀ ଙ୍କୁ ଏସ ବି ଆଇ ଲାଇଫ ତରଫରୁ ବୀମା ରାଶି ପ୍ରଦାନ

Bymamatanews

Oct 21, 2024
Spread the love

ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ର ରୁଚିଦା ପଞ୍ଚାୟତର ରୁଚିଦା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏସବିଆଇ ଲାଇଫ ଇନ୍ସୁରାନ୍ସ ତରଫରୁ ଗ୍ରାମବାସୀଙ୍କୁ ନେଇ ଏକ ସଚେତନତା ସଭା କରି କୀର୍ତ୍ତନ ଗାୟିକା ଅଞ୍ଜନା ଦେହେରୀଙ୍କୁ ବୀମା ରାଶି ପ୍ରଦାନ କରାଯାଇଥିଲା। ଉକ୍ତ ସଭାରେ ଏସ ବି ଆଇ ଲାଇଫ ଇନ୍ସୁରାନ୍ସ ସମ୍ବଲପୁର ଶାଖା ର ସିନିଅର ଟେରିଟୋରି ମ୍ୟାନେଜେର ଶ୍ରୀ ଦୁର୍ଗାମାଧଵ ମିଶ୍ର, ରୁଚିଦା ସରପଞ୍ଚ ପ୍ରତିନିଧି ଶ୍ରୀ ସନ୍ୟାସୀ ଦେହେରୀ, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଉପେନ୍ଦ୍ର ପଧାନ ଓ ଏସ ବି ଆଇ ଲାଇଫ ଇନ୍ସୁରାନ୍ସ ର ଅମ୍ବାଭୋନା ଅଞ୍ଚଳ ର ଏସ ବି ଆଇ ଲାଇଫ ମିତ୍ର ଶ୍ରୀ ନୁରାଧର ନାୟକ ମଞ୍ଚାସୀନ ଥିଲେ। ଶତାଧିକ ଗ୍ରାମବାସୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସଭା ରେ ସାମିଲ ହୋଇଥିଲେ। ସ୍ବର୍ଗତ ଅର୍ପଣ ଦେହେରୀ ଙ୍କ ସ୍ତ୍ରୀ ଅଞ୍ଜନା ଦେହେରୀ ଉକ୍ତ ସଭା ରେ ଏସ ବି ଆଇ ଲାଇଫ ଇନ୍ସୁରାନ୍ସ ର ଟେରି୍ଟୋରୀ ମ୍ୟାନେଜେର ଶ୍ରୀ ମିଶ୍ର ଙ୍କ ଠାରୁ ଚାରି ଲକ୍ଷ ଟଙ୍କା ର ଏକ ଚେକ ଗ୍ରହଣ କରିଥିଲେ। ସ୍ବର୍ଗତ ଦେହେରୀ ଓ ତାଙ୍କର ସ୍ତ୍ରୀ ମିଶି ଏକ ହମ ସଫର ପ୍ଲାନ କରିଥିଲେ ବୋଲି ଶ୍ରୀ ମିଶ୍ର କହିଥିଲେ। ଏବଂ ତାଙ୍କର ପ୍ରିମିୟମ ଆଗକୁ ପୈଠ କରିବାକୁ ପଡ଼ିବନି ଏବଂ ମାଚୁରିଟି ରାଶି ମଧ୍ୟ ପୁରା ପାଇବେ ବୋଲି କହିଥିଲେ। ସ୍ବର୍ଗତ ଅର୍ପଣ ଦେହେରୀ ଜଣେ କୀର୍ତ୍ତନ କଳାକାର ଥିଲେ ଓ ତାଙ୍କର ସ୍ତ୍ରୀ ଶ୍ରୀମତୀ ଅଞ୍ଜନା ଦେହେରୀ ମଧ୍ୟ ପ୍ରସିଦ୍ଧ କୀର୍ତ୍ତନ ଗାୟିକା ଅଟନ୍ତି ଦୁହେଁ ମିଶି ହମ ସଫର ପ୍ଲାନ କରିଥିଲେ ଅର୍ପଣ ଙ୍କ ର ଏକ କାର ଦୁର୍ଘଟଣାରେ ଜୀବନ ଚାଲି ଯାଇଥିବାରୁ ଆଜି ତାଙ୍କୁ ତାଙ୍କର ବୀମା ରାଶି ମିଳି ପାରିଛି ବୋଲି ଏସ ବି ଆଇ ଲାଇଫ ମିତ୍ର ଶ୍ରୀ ନୁରାଧର ନାୟକ କହିଛନ୍ତି।

Leave a Reply

Your email address will not be published. Required fields are marked *