ଅଭଡ଼ା ପାଇଁ ନାହିଁ ନଥିବା ଭକ୍ତ ଙ୍କ ସୁଅ ଛୁଟିଛି
ଅନୁଗୁଳ ଜିଲ୍ଲା ସବୁବେଳେ ନିଜ ଆକର୍ଷଣୀୟ ତୋରଣ ଓ ଚିତ୍ତାକର୍ଷକ ଶୋଭାଯାତ୍ରା ପାଇଁ ପ୍ରସିଦ୍ଧ ଥିବା ଅନୁଗୁଳ ସ୍ବର୍ଣ୍ଣଲକ୍ଷ୍ମୀ ପୂଜା କମିଟି କାଞ୍ଚନ ବଜାର ଏଥର କିଛି ଅଲଗା କରି ଦେଖାଇଛନ୍ତି।ଚଳିତ ବର୍ଷ ପୁରୀ ଶ୍ରୀମନ୍ଦିର ର ପ୍ରତିରୂପ ତାଙ୍କ ମଣ୍ଡପରେ ଶୋଭା ପାଇଛି। ଦର୍ଶକ ମାନେ ଏହାକୁ ପ୍ରଚୁର ଭଲପାଇବା ଦେଉଛନ୍ତି। ମଣ୍ଡପରେ ରହିଛି ଗୋଡ଼ ଧୋଇବା ବ୍ୟବସ୍ଥା,ବାଇଶି ପାହାଚ,ନାଟ ମନ୍ଦିର ରେ ଆକର୍ଷଣୀୟ ସାଜସଜ୍ଜା,ଲକ୍ଷ୍ମୀ ଙ୍କ ମୃଣ୍ମୟୀ ପ୍ରତିମା ଓ ଶେଷରେ ଆନନ୍ଦ ବଜାର।ଦିନ ବେଳା ଅଭଡ଼ା ର ବାସ୍ନା ଓ ସନ୍ଧ୍ୟା ରେ ମାଲପୁଆ,କାକରା, ଗଜା ଭଳି ଶୁଖିଲା ଭୋଗ। ପ୍ରାୟ ତିରିଶ ଫୁଟ ଉଚ୍ଚର ଶ୍ରୀମନ୍ଦିରର ପ୍ରତିକୃତି ରେ ମଧ୍ୟ ଶୋଭା
ପାଉଛି ନୀଳ ଚକ୍ର ଓ ପତିତପାବନ ବାନା। କର୍ମକର୍ତ୍ତାଙ୍କ ଅଦମ୍ୟ ପ୍ରୟାସରେ
କାଞ୍ଚନ ବଜାର ପୂଜା ମଣ୍ଡପ ଦର୍ଶକ ଙ୍କୁ ବେଶ ଆକର୍ଷିତ କରୁଛି। କମିଟି ର ସଭାପତି ରତିକାନ୍ତ ଦାସ,ସମ୍ପାଦକ ଗାଙ୍ଗୁଲି ସାହୁ କୋଷାଧ୍ୟକ୍ଷ ଲାଲମୋହନ ଦାସ ଏବଂ ତାଙ୍କ ସହଯୋଗୀ ମାନେ ପୂଜା କୁ ସର୍ବାଙ୍ଗ ସୁନ୍ଦର କରିବାପାଇଁ ଚେଷ୍ଟା ଜାରି ରଖିଛନ୍ତି।
