ଅନୁଗୋଳ ଜିଲ୍ଲା ରେ ଦିନକୁ ଦିନ ଖଣିଜ ସମ୍ପଦ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ପୋଲିସ ର କଡା କାର୍ଯ୍ୟାନୁଷ୍ଠାନ।
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ପକ୍ଷରୁ କୋଇଲା ଚୋରା ଚାଲାଣ ଅଭିଯୋଗ ରେ ଟ୍ରକ୍ ଚାଳକ ଓ ହେଲପର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଥାନା ପକ୍ଷରୁ ସୂଚନା ମୁତାବକ ଅକ୍ଟୋବର ୧୯ ତାରିଖ ସଂଧ୍ଯ ୭ ଘଟିକା ସମୟରେ ବିଶେଷ ସୂତ୍ରରୁ ପୋଲିସ ଖବର ପାଇଥିଲା କି ଏକ OD 05 AZ 5984 ଟ୍ରକ୍ ବେଆଇନ ଭାବେ ୩୫ ଟନ କୋଇଲା ତାଳଚେର ଅଞ୍ଚଳରୁ ଲୋଡ୍ କରି କଟକ ଅଭିମୁଖେ ଚୋରା ଚାଲାଣ ହେଉଛି।

ଥାନା ଅଧିକାରୀ ଦୁଷ୍ମନ୍ତ ସିଂ ଙ୍କ ନେତୃତ୍ଵରେ ପୋଲିସ ଦୁଇ ତିନୋଟି ଟିମ କରି ଗଡସନ୍ତ୍ରୀ ବାଇପାସ୍ ଓଭରବ୍ରିଜ୍, ନୂଆହତା – ମହୀଧରପୁର୍ ସଂଯୋଗ ର ଉପର ବାଇପାସ୍ ଓଭରବ୍ରିଜ୍, ୫୫ ନମ୍ବର ଜାତୀୟ ରାଜପଥ ସଂଯୋଗ ବାଇପାସ୍ ଓଭରବ୍ରିଜ୍ ମାନଙ୍କରେ ଛକୀ ବସିଥିଲେ ।

ସନ୍ଧ୍ୟା ୭ ଘଟିକା ୩୦ ମିନିଟ୍ ସମୟରେ ଟ୍ରକ୍ ଗଡସନ୍ତ୍ରୀ ଓଭରବ୍ରିଜ୍ ଅତିକ୍ରମ କରିବା ସମୟରେ ପୋଲିସ ବାହିନୀ ଟ୍ରକ୍ କୁ ଅଟକେଇବାକୁ ଉଦ୍ୟମ କରିଥିଲେ ।ଚାଳକ ଜାଣିପାରି ଗାଡି ଛାଡି ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ବାହିନୀ ମାଡି ବସିଥିଲେ। ଗାଡି ର ଚାଳକ ଛେଣ୍ଡିପଦା ଅଞ୍ଚଳର ୩୫ ବର୍ଷୀୟ ମୁରଲୀ ବାଘ ଓ ଦେବଗଡ଼ ଅଞ୍ଚଳ ର ହେଲପର ୨୦ ବର୍ଷୀୟ କାଳିଆ ପ୍ରଧାନ। ପୋଲିସ ପକ୍ଷରୁ ଦୁଇ ଜଣ ଙ୍କୁ ଗିରଫ କରିବା ସହ ଟ୍ରକ କୁ ଜବତ କରି ସବ୍ଇନ୍ସପେକ୍ଟର ମନୋଜ ମିଶ୍ର ତଦନ୍ତ କରି ଦୁଇ ଚାଳକ ଓ ହେଲପର ଙ୍କୁ କୋର୍ଟ ଚାଲାଣ କରିଛନ୍ତି।
