• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନାରାୟଣୀ କଲେଜର ବାର୍ଷିକ କ୍ରୀଡା ମହୋତ୍ସବ ଉଦଯାପନୀ ଉତ୍ସବ ପାଳନ

Bymamatanews

Dec 21, 2024
Spread the love

ଅନୁଗୋଳ ଜିଲ୍ଲା ର ନାରାୟଣୀ ଇଂଜିନିୟରିଂ କଲେଜରେ ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କ୍ରୀଡା ମହୋତ୍ସବ ରେ ପ୍ରତିଯୋଗୀ ମାନେ ଗଡସନ୍ତ୍ରୀ ପଞ୍ଚାୟତ ମା ଲୋଭୀ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରିବା ପରେ ମଶାଲ ଧାରଣ କରି ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ଗଣଦୌଡ଼ ରେ ସାମିଲ ହୋଇଥିଲେ ।ଏହି କ୍ରୀଡା ମହୋତ୍ସବକୁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ତନ୍ମୟ କର, ନିର୍ଦ୍ଦେଶକ ବିଭୁଧେନ୍ଦୁ ବଳ, ଅନୁଷ୍ଠାନ ର ଅଧ୍ୟକ୍ଷା ରଶ୍ମିତାବାଳା ଗଡ଼ନାୟକ ପ୍ରଦୀପ ପ୍ରଜ୍ଵଳନ କରି ଉଦ୍ଘାଟନ କରିଥିଲେ ।
ପ୍ରତ୍ୟେକ ମଣିଷ ସମାଜରେ ବଞ୍ଚିବା ପାଇଁ ଦୈନନ୍ଦିନ ଜୀବନରେ କ୍ରୀଡାର ଆବଶ୍ୟକତା ସମ୍ବନ୍ଧରେ ମଞ୍ଚାସୀନ
ଅତିଥି ମାନେ ସେମାନଙ୍କର ଉଦ୍ଘାଟନୀ ଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଶିକ୍ଷା ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ କ୍ରୀଡା ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ସେମାନଙ୍କର କ୍ରୀଡା ନୈପୂ୍ଣ୍ୟ ପ୍ରଦର୍ଶନ କରିଥିଲେ । ୧୭ ଡିସେମ୍ବର ରୁ ଆରମ୍ଭ ହୋଇ ୨୦ ଡିସେମ୍ବର ଦିନ କ୍ରୀଡା ପ୍ରତିଯୋଗୀତାର ଉଜ୍ଜାପନ ଉତ୍ସବ ପାଳନ କାରାଯାଇଥିଲା । ଏହି ଉତ୍ସବରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଓ ବଉଳିଗଡ଼ ସରପଞ୍ଚ ଅମେନ୍ଦ୍ର ଗଡ଼ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କ୍ରୀଡା ରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଉତ୍ସବର ଶେଷ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦୁଃସାହସିକ କଳାକୃତି ପ୍ରଦର୍ଶନ କରାଯାଇଥିଲା ।ଏହି ଉତ୍ସବରେ କଲେଜ ଅଧ୍ୟ୍ୟାପକ ଓ ଅଧ୍ୟ୍ୟାପିକ ମାନେ ଉପସ୍ଥିତ ରହି କ୍ରୀଡା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *