• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସୁନା ଚେନ ଲୁଟ ଘଟଣାରେ ୫ ଅଭିଯୁକ୍ତ ଗିରଫ

Bymamatanews

Dec 21, 2024
Spread the love

ଅନୁଗୋଳ ଟାଉନ ଥାନା ଅଞ୍ଚାଳରୁ ସୁନା ଚେନ ଲୁଟ କରୁଥିବା ଲୁଟେରା ଓ ଜଣେ କ୍ରେତା ସମେତ ୫ ଜଣଙ୍କୁ ଗିରଫ କରିଛି ଟାଉନ୍ ପୋଲିସ । ସମାନଙ୍କ ନିକଟରୁ ମଧ୍ୟ ସୁନା ଚେନ, ଗୋଟିଏ ମୋଟର ସାଇକେଲ ଜବତ କରିଛି ।ଅନୁଗୋଳ ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କ ସୂଚନା ଅନୁସାରେ ଗତ ୭ ତାରିଖ ଦିନ ପାତେଳି ଗାଁର ଦେବାଶିଷ ଦେହୁରି ନାମକ ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କୀୟ ଭାଇ ଅରିଜିତ ପ୍ରଧାନଙ୍କୁ ତାଙ୍କ ଗାଁ ଜରାସିଂହାକୁ ମୋଟର ସାଇକେଲ ଯୋଗେ ଛାଡିବାକୁ ଯାଉଥିଲେ। ଅନୁଗୋଳ ଟାଉନ ହାଇସ୍କୁଲ କେନାଲ ରୋଡ ନିକଟରେ ୪ ଜଣ ଯୁବକ ହାତରେ ବାଡି ଧରି ସେମାନଙ୍କୁ ଅଟକାଇ ପାଖରେ ଥିବା ଟଙ୍କା ଓ ସୁନା ଦେବାକୁ ବାଧ୍ୟ କରିଥିଲେ । ଟଙ୍କା ସୁନା ନଦେଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଦେବାଶିଷ ଓ ଅରିଜିତ ସେମାନଙ୍କୁ ବିରୋଧ କରିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଦେବାଶିଷଙ୍କ ବେକରୁ ଚେନ ଛିଣ୍ଡାଇ ନେଇ ପଳାଇ ଯାଇଥିଲେ । ଏ ନେଇ ଦେବାଶିଷ ପୋଲିସର ଦ୍ଵାରସ୍ଥ ହୋଇଥିଲେ । ପୋଲିସ ତଦନ୍ତ କରି ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କୁ ପଚରାଉଚରା କରିବା ବେଳେ ସେମାନେ ଏହି ଚେନ ଅନ୍ୟ ଜଣଙ୍କୁ ବିକ୍ରି କରି ଟଙ୍କା ଆଣିବା ପରେ ଟଙ୍କା ଭାଗ କରି ନେଇଥିବା ସ୍ଵୀକାର କରିଥିଲେ । ଏଥିପାଇଁ ପୋଲିସ ୪ ଜଣ ଲୁଟେରା ସହ ଚେନ କ୍ରେତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *