
ବଅଁରପାଳ ପ୍ରେମାନନ୍ଦ ଗୋସେବକ ସଂଘ ପକ୍ଷରୁ ସେବା ଆରମ୍ଭ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନିକଟ ନୂଆ ହତା ପଞ୍ଚାୟତ ୫୫ ନମ୍ବର ଜାତୀୟ ରାଜପଥ ରେ ଟ୍ରକ ଧକ୍କାରେ ବାଛୁରି ଗୁରୁତ୍ତର ହୋଇ ପଡିରହିଥିବା ବେଳେ ଗୋସେବକ ସଂଘ ପକ୍ଷରୁ ସେବା ଆରମ୍ଭ କରାଯାଇଛି।

ସୂଚନା ମୁତାବକ ରାତି ପ୍ରାୟ ୧ ଘଟିକା ସମୟରେ ଟେଲକୋ ଛକ ତେଲ ଟାଙ୍କି ନିକଟରେ ଏକ୍ ଦ୍ରୁତଗାମୀ ଟ୍ରକ୍ ରାସ୍ତା ପାର୍ଶ୍ବରେ ବାଛୁରି ଛୁଆ ଠିଆ ହୋଇଥିବା ବେଳେ ଧକ୍କା ଦେଇ ପଳାଇ ଯାଇଥିଲା। ପ୍ରେମାନନ୍ଦ ଗୋସେବକ ସଂଘ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତେଲ ଟାଙ୍କି ନିକଟକୁ ବାଛୁରି ଛୁଆ କୁ ସ୍ଥାନାନ୍ତରିତ କରାଇଥିଲେ। ସକାଳ ସମୟରେ ପଶୁ ଚିକିତ୍ସା କେନ୍ଦ୍ର ରୁ କର୍ମଚାରୀ ଙ୍କୁ ଡକାଇ ବାଛୁରି ଛୁଆ କୁ ଚିକିତ୍ସା କରାଇଥିଲେ।

ଅଞ୍ଚଳରେ ଗୋମାତାଙ୍କ ବାରମ୍ବାର ଦୁର୍ଘଟଣା ଘଟି ମୃତାହାତ ଭଳି ଘଟଣା ଘଟିବା ସହ ଗୁରୁତ୍ତର ଅବସ୍ଥାରେ ରାସ୍ତା ପାର୍ଶ୍ବରେ ପଡି ରହୁଛନ୍ତି ।ସେମାନଙ୍କ ଚିକିତ୍ସା କରାଇବା କଷ୍ଟ ସାଧ୍ଯ ହେଉଥିବାରୁ ଗୋ ସେବକ ସଂଘ ପକ୍ଷରୁ ଏକ ଗୋଶାଳା ସ୍ଥାପନ ନିମନ୍ତେ ରାଜ୍ୟସରକାର ଙ୍କୁ ନିବେଦନ କରିଛନ୍ତି।

