• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଶାଶୁମା କୁ ପଥରରେ ଛେଚି ହତ୍ୟା ଅଭିଯୋଗରେ ମା ଓ ସମୁଦୁଣୀ ଗିରଫ

Bymamatanews

Dec 21, 2025
Spread the love

ହତ୍ୟା ରେ ବ୍ୟବହୃତ ପଥର ଜବତ ସହ ମୃତକଙ୍କ ବୋହୂ ଏବଂ ସମୁଦୁଣି କୋର୍ଟ ଚାଲାଣ କଲା ପୋଲିସ

ଡିସେମ୍ବର୍ ୧୮ ତାରିଖରେ ଅନୁଗୋଳ ସଦର ଥାନା ଖଲାରୀ ଗାଁର ଏକ ଭଡା ଘରେ ଜଣେ ବୃଦ୍ଧା ମହିଳାଙ୍କ ବିଭତ୍ସ ହତ୍ୟା ହୋଇଥିଲା I ଏହି ହତ୍ୟାକାଣ୍ଡରେ ମହିଳାଙ୍କ ବୋହୁ ଓ ସମୁଦୁଣୀକୁ ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମୃତକ ଜଣଙ୍କ ହେଲେ ରାସୋଳ ଥାନା ତେଲୁଭୁଇଁ ଗାଁର କାହ୍ନୁ ନାୟକ ମା କୁନି ନାୟକ । କାହ୍ନୁ ଗତ ୮ ମାସ ତଳେ ଅଙ୍ଗାରବନ୍ଧ ଗାଁର ସରିତା ସାହୁଙ୍କୁ ପ୍ରେମ ବିବାହ କରିବା ପରେ ଖଲାରୀ ଗାଁର ଏକ ଭଡା ଘରେ ମା ଓ ସ୍ତ୍ରୀଙ୍କୁ ନେଇ ରହୁଥିଲେ ।

ତେବେ ବିବାହ ପରଠାରୁ ଶାଶୁ ଏବଂ ବୋହୁଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ଲାଗିରହିଥିଲା । ୧୮ ତାରିଖ ଦିନ ସମୁଦୁଣୀ ଜୟନ୍ତୀ ସାହୁ ଘରକୁ ଆସି ଥିଲେ I କାହ୍ନୁ ରାତିରେ ଘରକୁ ଫେରିଲା ବେଳକୁ ଶାଶୁ ଫେରି ଯାଇଥିବା ବେଳେ କୁନି ଶୋଇ ସାରିଥିବା କାହ୍ନୁଙ୍କ ସ୍ତ୍ରୀ ସରିତା କହିଥିଲେ I ତେବେ ମାଙ୍କୁ ଖାଇବାକୁ କାହ୍ନୁ ଡାକିବା ବେଳେ ନ ଶୁଣିବାରୁ ମା ଘୋଡାଇ ହୋଇଥ‌ିବା ଚଦର ଉଠାଇବା ପରେ ମାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥ‌ିବା ଦେଖି ସେ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲା I କାହ୍ନୁଙ୍କ ଅଭିଯୋଗ ଆଧାରରେ ପୋଲିସ କାହ୍ନୁଙ୍କ ସ୍ତ୍ରୀ ସରିତା ଓ ଶାଶୁ ଜୟନ୍ତୀଙ୍କ ମଧ୍ଯ ଅଟକ ରଖି ପଚରାଉଚରା କରିଥିଲା I ତଦନ୍ତ ପରେ ଜଣା ପଡିଥିଲା ଉଭୟ ମା ଓ ଝିଅ ପ୍ରଥମେ କୁନିଙ୍କୁ ନିଶା ଔଷଧ ଖୁଆଇ ଶୁଆଇ ଦେବା ପରେ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ I ଏଥିପାଇଁ ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଥିବା ପୋଲିସ କହିଛି ।

Leave a Reply

Your email address will not be published. Required fields are marked *