• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୧୦ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗ ପରେ ପ୍ରଶାସନର ପଶିଲା ଚେତା

Bymamatanews

Jan 22, 2025
Spread the love

କାର୍ଯ୍ୟବନ୍ଦ ସହ ଦୁର୍ନତି ର ତଦନ୍ତ ନିର୍ଦ୍ଦେଶ

ସରକାରୀ ଅର୍ଥ କିପରି ଆତ୍ମସାତ କରିହୁଏ ଉଦାହରଣ କରିପାରିଲେ ନାହିଁ ଅଧିକାରୀ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ପଞ୍ଚାୟତର ବାରମଞ୍ଚା ଗ୍ରାମରେ 5th SFC ଯୋଜନାରେ ଏକ ରାସ୍ତା ନିର୍ମାଣ ପାଇଁ ଅର୍ଥ ଆସିଥିଲା । ବିଜୁ ମାଝୀ ଘରଠାରୁ ଆଉଁଳି ନଦୀ ପର୍ଯ୍ୟନ୍ତ ଏହି ରାସ୍ତା ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରା ଯାଇଥିଲା । ସର୍ବସାଧାରଣ ଲୋକଙ୍କ ହିତ ଲାଗି ଆସିଥିବା ଟଙ୍କା ଯନ୍ତ୍ରୀ ସମ୍ପୂର୍ଣ୍ଣ ଆତ୍ମସାତ କରି ନେଇଥିବା ସମିତିସଭ୍ୟ ଓ ଗ୍ରାମବାସୀ ମାନେ ଜିଲ୍ଲାପାଳ ଓ ପିଡ଼ିଙ୍କ ନିକଟରେ ଅଭିଯୋଗ କରିଥିଲେ ।
ଅଭିଯୋଗ ର ଖବର ପ୍ରସାରଣ ପରେ ଜିଲ୍ଲା ପରିଷଦ ୟୁନିଅନ ଅଧିକାରୀ ହେମନ୍ତ କୁମାର ସିଂହ ଗ୍ରାମର ନିର୍ଦ୍ଦେଶ ଦିଆଯାଇଥିବା କାର୍ଯ୍ୟସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କାର୍ଯ୍ୟ ନହୋଇ କିପରି ବିଲ ପାସ ହେଲା ଓ ଦୁର୍ନତି ରେ କେଉଁ କେଉଁ ମାନେ ସରକାରୀ ଅର୍ଥ ଚଳୁ କରିବାରେ ସଂଶ୍ଲିଷ୍ଟ ହୋଇଥିଲେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *