• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବିଜେପି ନୂତନ ଜିଲ୍ଲା ସଭାପତି ଙ୍କର ସମ୍ବର୍ଦ୍ଧନା ସଭା

Bymamatanews

Feb 22, 2025
Spread the love


ଅନୁଗୁଳ (୨୨/୦୨/୨୦୨୫) : ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଶନିବାର ସନ୍ଧ୍ୟା ରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ଜିଲ୍ଲା ବିଜେପି ର ପ୍ରାକ୍ତନ ସଭାପତି ଦିଲେଶ୍ଵର ପ୍ରଧାନ ଙ୍କର ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା ସଭା ରେ ନୂତନ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଅନୁଗୁଳ ରାଣୀଗୋଡା ହନୁମାନ ମନ୍ଦିର ରେ ପୂଜାର୍ଚନା କରିବା ପରେ ଶହ ଶହ ସଂଖାରେ କାର୍ଯ୍ୟକର୍ତା ମାନେ ଏକ ଶୋଭାଯାତ୍ରା ରେ ନୂତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କୁ ଜିଲ୍ଲା କାର୍ଯ୍ୟାଳୟ କୁ ଅଣାଯାଇଥିଲା। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପାଲଲହଡା ବିଧାୟକ ଅଶୋକ ମହାନ୍ତି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପ୍ରାକ୍ତନ ବିଧାୟକ ରମେଶ ସାଏ, ବରିଷ୍ଠ ନେତା ଚୌଧୁରୀ ପ୍ରଧାନ ଓ ନୃସିଂହ ବରାଳ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ ପ୍ରମୁଖ ମଂଚାସୀନ ରହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଭାଗ ନେଇଥିଲେ। ଜିଲ୍ଲା ସମ୍ପାଦକ ପ୍ରଭାତ ପ୍ରଧାନ ମଞ୍ଚ ସଂଯୋଜନା କରିଥିଲେ। ଜିଲ୍ଲା ର ସଂଗଠନ କୁ ମଜବୁତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ସମ୍ମାନ କୁ ଅକ୍ଷୁର୍ଣ ରଖିବାକୁ ଉଦ୍ୟମ କରିବା ଉପରେ ମତ ପ୍ରକାଶ ପାଇଥିଲା |ଜିଲ୍ଲା ର ସମସ୍ତ ମଣ୍ଡକ ରେ ସଂଗଠନ କୁ ମଜବୁତ କରିବା ପାଇଁ ପ୍ରୟାସ କରାଯିବ ବୋଲି ନୂତନ ସଭାପତି ଯଯାତି ପଟ୍ଟନାୟକ ପ୍ରକାଶ କରିଥିଲେ |ପ୍ରାକ୍ତନ ଜିଲ୍ଲା ସଭାପତି ଙ୍କର ସାଙ୍ଗଠନିକ କାର୍ଯ୍ୟ ପାଇଁ ଜିଲ୍ଲା ରେ ତିନୋଟି ବିଧାୟକ ସହ ସାଂସଦ ଜିତିଥିବା ନେଇ ଦିଲେଶ୍ଵର ପ୍ରଧାନ ଙ୍କୁ କୃତଜ୍ଞତା ଜଣା ଯାଇଥିଲା।ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନିଜ ବକ୍ତବ୍ୟ ରେ ବିଜେପି ର ରାଷ୍ଟ୍ର ପ୍ରଥମ ଏବଂ ଅନ୍ତୋଦୟ ଏବଂ କାର୍ଯ୍ୟକର୍ତା ଙ୍କର ତ୍ୟାଗ ତପସ୍ୟା ଉପରେ ମାର୍ଗଦର୍ଶନ କରିଥିଲେ। ଜିଲ୍ଲା ର ସମସ୍ତ ନେତୃ ମଣ୍ଡଳୀ ଯୋଗଦେଇ ସମ୍ବର୍ଦ୍ଧନା ଜଣାଇ ଥିଲେ।

Leave a Reply

Your email address will not be published. Required fields are marked *