ଅନୁଗୋଳ : ଜିଲ୍ଲା ସଡକ ସୁରକ୍ଷା କମିଟିର ଏକ ବୈଠକ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ ।

ବୈଠକର ପ୍ରାରମ୍ଭରେ ଏପ୍ରିଲ ମାସରେ ହୋଇଥିବା ଦୁର୍ଘଟଣା, ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ ପ୍ରକାର ପଦକ୍ଷେପ ଉପରେ ପରିବହନ ବିଭାଗ ଦ୍ବାରା କମିଟି ସଭ୍ୟଙ୍କୁ ଅବଗତ କରାଯାଇଥିଲା । ପରିବହନ ବିଭାଗ ସୂଚନା ଅନୁଯାୟୀ ଗତ ଏପ୍ରିଲ ମାସରେ ଜିଲ୍ଲାରେ ମୋଟ ୨୭ଟି ଦୁର୍ଘଟଣା ଘଟିଥିବାବେଳେ ୧୪ ଜଣଙ୍କର ମୃତ୍ୟୁ ଘଟିଛି, ୮ ଜଣ ଗୁରୁତର ଆହତ ଓ ସାମାନ୍ୟ ଆହତ ୫ଜଣ ହୋଇଛନ୍ତି ।

ଗତ ମାସରେ ୪ଟି ଦୁର୍ଘଟଣା ଜାତୀୟ ରାଜପଥରେ ଘଟିଥିବାବେଳେ ୨୫ ଟି ଦୁର୍ଘଟଣା ରାଜ୍ୟ ରାଜପଥ ଓ ଅନ୍ୟାନ୍ୟ ଅଞ୍ଚଳରେ ଘଟିଛି । ଗତ ମାସରେ ପରିବହନ ବିଭାଗ ଦ୍ବାରା ହୋଇଥିବା ଯାଞ୍ଚ ସମୟରେ ବିନା ହେଲମେଟରେ ଗାଡି ଚାଳନା ଯୋଗୁ ୬୦୯ ଜଣ, ବିନା ସିଟ୍ ବେଲ୍ମରେ ୩୫ଜଣ, ଦ୍ରୁତ ଗାଡି ଚାଳନା କରିବା ଯୋଗୁ ୫୩୯ଜଣ, ମଦ୍ୟପାନ କରି ଗାଡିଚାଳନା ନିମନ୍ତେ ୨୧ ଜଣଙ୍କ ଠାରୁ ଜୋରିମନା ଆଦାୟ କରାଯାଇଥିବାବେଳେ, ୪୭୩ ଜଣଙ୍କର ଲାଇସେନ୍ସ ନିଲମ୍ବନ କରାଯାଇଥୁଲା ଓ ୨୯ ଟି ଗାଡି ଜବତ କରାଯାଇଥିଲା । ସେହିପରି ଜିଲ୍ଲା ପୋଲିସ ଦ୍ବାରା ଯାଞ୍ଚ କରିବା ସମୟରେ ଦ୍ରୁତ ଗାଡି ଚାଳନା କରିବା ଯୋଗୁ ୭ ଜଣଙ୍କ ଠାରୁ ୨୭ ହଜାର ଟଙ୍କା, ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର ଅଭିଯୋଗରେ ୨୮୪ ଟି ମାମଲାରେ ୧୪ ଲକ୍ଷ ୨୦ ହଜାର ଟଙ୍କା, ବିନା ହେଲମେଟରେ ଗାଡି ଚାଳନା ଯୋଗୁ ୩୦୯୩ ଜଣଙ୍କ ଠାରୁ ୩୦ ଲକ୍ଷ ୯୩ ହଜାର ଟଙ୍କା, ବିନା ସିଟ୍ ବେଲ୍ଟରେ ୨୨୮୮ ଜଣଙ୍କ ଠାରୁ ୨୨ ଲକ୍ଷ ୮୮ ହଜାର ଟଙ୍କା, ଟ୍ରାଫିକ ନିୟମ ଅବମାନନା ଏବଂ ନୋ ପାଇଁ ଜୋନରେ ଗାଡି ପାର୍ଶ୍ୱ କରିବା ଅଭିଯୋଗରେ ୧୭୭୧ ଟି ମାମଲାରେ ୩୨ଲକ୍ଷ ୯୦ ହଜାର ୫୦୦ ଟଙ୍କା ଜୋରିମନା ଆଦାୟ କରାଯାଇଥିଲା ଏବଂ ମଦ୍ୟପାନ କରି ଗାଡିଚାଳନା ନିମନ୍ତେ ୪୭୮ ଟି ମାମଲା ରୁଜୁ କରାଯାଇଛି ।

ଟ୍ରାଫିକ୍ ନିୟମକୁ କଡାକଡି କରିବା ସହିତ ଜନଗହଳି ଅଂଚଳରେ ଅଧିକରୁ ଅଧିକ ହେଲମେଟ ଯାଞ୍ଚ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ଆଦେଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଦ୍ମନାଭ ସାମନ୍ତରାୟ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା,ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିଶୂଳ କୁମାର ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞନ ସାହୁ, ବରିଷ୍ଠ ସାମ୍ବାଦିକ ଶ୍ରୀ ସଂଗ୍ରାମ ରଞ୍ଜନ ଦାସଙ୍କ ସମେତ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ଓ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
