ଅନୁଗୁଳ ରାଜ୍ୟ ସରକାରଙ୍କ କ୍ରୀଡ଼ା ଯୁବ ସେବା ତରଫରୁ ଓ ଜିଲ୍ଲା ପ୍ରଶାସନ (କ୍ରୀଡା ବିଭାଗ) ସହାୟତାରେ ପି ଏମ୍ ଶ୍ରୀ ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଲୋ ଇଣ୍ଡିଆ କେନ୍ଦ୍ର ଠାରେ ଚାଲିଥିବା ଗ୍ରୀଷ୍ମ କାଳୀନ ଖୋ ଖୋ କୋଚିଂ ଶିବିରକୁ ତଦାରଖ କରିବା ସହିତ କୋଚିଂ ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଶ୍ରୀଯୁକ୍ତ ଅନୀଲ ଲକ୍ଷ୍ମଣ ଗଞ୍ଜଭାଇ ଓ ଶ୍ରୀଯୁକ୍ତ ଭରତ କୁମାର ପ୍ରଧାନ ପର୍ଯ୍ୟବେକ୍ଷକ ତଥା ଓଡିଶା ଖୋ ଖୋ କୋଚିଙ୍ଗ ଏବଂ କୋଚ୍ ଭାବରେ ଯଥା କ୍ରମେ ଯୋଗ ଦେଇଛନ୍ତି।

ତା. ୨୦/୦୫/୨୦୨୫ ଓ୨୨/୦୫/୨୦୨୫ ରିଖ ଦୁଇଦିନ ଧରି ତଦାରଖ ଓ କୋଚିଙ୍ଗ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ସିଠ ପି ଏମ୍ ଶ୍ରୀ ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରିୟବ୍ରତ ମାଝୀ, ଖେଳ ଶିକ୍ଷକ ବିନୋଦ ଚନ୍ଦ୍ର ଦେହୁରୀ, କୋଚ୍ ସବ୍ୟସାଚୀ ସାହୁ ଯୋଗଦାନ ସହିତ ସହଯୋଗ କରିଛନ୍ତି। ୫୦ ଜଣ ଛାତ୍ରଛାତ୍ରୀ ଙ୍କୁ ନେଇ କୋଚିଙ୍ଗ ଦିଆଯାଇଅଛି।
