ଢେଙ୍କାନାଳ : ଆଜି ଅପରାହ୍ନରେ ଭୁବନେଶ୍ୱର ଜନତାମଇଦାନ ରୁ ଆଭାସୀ ମାଧ୍ୟମରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜିଲ୍ଲାର ଭୁବନ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମକୁ ବରପୁତ୍ର ଐତିହ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନେଇ ଘୋଷଣା କରି ଏହି ଯୋଜନର ଶୁଭାରମ୍ଭ କରିଛନ୍ତି l ଏହି ଗ୍ରାମରେ ସର୍ବ କନିଷ୍ଠ ସହିଦ ଓ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତ ଜନ୍ମ ଗ୍ରହଣ କରିଥିଲେ l ସେ ମାତ୍ର 12 ବର୍ଷ ବୟସରେ ଇଂରେଜ ସୈନିକଙ୍କ ଗୁଳିରେ ସହିଦ ହେଇଥିଲେ l ତାଙ୍କ ସ୍ମୃତି ଓ ବଳିଦାନ ପାଇଁ ଏହି ଗ୍ରାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠି, ଭୁବନେଶ୍ୱର ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀମତୀ ଆୟୁଷି ମହାପାତ୍ର, ନୀଳକଣ୍ଠପୁର ଗ୍ରାମର ଅଧିବାସୀ, ସ୍ଥାନୀୟ ଜନସାଧାରଣ ଓ ସାମ୍ବାଦିକ ବନ୍ଧୁଗଣ ଯୋଗଦେଇଥିଲେ l
