• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୧୧ତମ ଯୋଗ ଦିବସ ପାଳିଲେ ଅନୁଗୋଳ ଜିଲ୍ଲାବାସୀ

Bymamatanews

Jun 22, 2025
Spread the love

ସୁସ୍ଥ ସମାଜ ଗଠନରେ ଯୋଗର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା – ସ୍ୱାସ୍ଥ୍ୟ ମନ୍ତ୍ରୀ

ଆଜି ସାରା ବିଶ୍ୱ ପାଳୁଛି ଯୋଗ ଦିବସ। ଅନୁଗୋଳ ଉଚ୍ଚବିଦ୍ୟାଳୟ ଖେଳ ପଡିଆ ଠାରେ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିଵସ ଆଜି ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ଏହି ପରିପେକ୍ଷୀରେ ଯୋଗ କରିବା ଦ୍ୱାରା ସ୍ୱାସ୍ଥ୍ୟ ସୁସ୍ଥ ରହିବା ସହ ନିରୋଗ ରହିବେ । ଅନୁଗୋଳ ବାସୀ ତଥା ରାଜ୍ୟ ବାସୀ ଙ୍କୁ ସୁସ୍ଥ ସମାଜ ହେଲେ ସୁସ୍ଥ ଚିନ୍ତାଧାରା ହେବ ବୋଲି କହିବା ସହିତ ଏହାର ଉପକାରିତା ବିଷୟରେ ଅବଗତ କରାଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ପ୍ରତି ପଞ୍ଚାୟତରେ ଆୟୁସ୍ମାନ ଆରୋଗ୍ୟ ମନ୍ଦିରର ପରିକଳ୍ପନା କରାଯାଇଥିବା ବେଳେ ସେଥିରେ ଯୋଗ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ରେ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ଦେଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହି ଆନ୍ତର୍ଜାତୀୟ ଯୋଗ ଦିଵସରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରତିମୟୀ ଏବଂ ଉଦୟ କୁମାର ମହାପାତ୍ରଙ୍କ ସମେତ ବହୁ ଅଧିକାରୀ ଏବଂ ସ୍କୁଲ କଲେଜ ଛାତ୍ରଛାତ୍ରୀ ଯୋଗ ଦେଇ ସୁସ୍ଥ ରହିବା ଏବଂ ସୁସ୍ଥ ପରିବେଶ ଗଠନ ପାଇଁ ଯୋଗଭ୍ୟାସ କରିଥିଲେ ।

Leave a Reply

Your email address will not be published. Required fields are marked *