ଜଗତସିଂହପୁର ଚାନ୍ଦଗଡ଼ ଗ୍ରାମରେ ଜଣେ ଯୁବତୀ ସଂନ୍ଧ୍ୟା ରେ ସାଙ୍ଗର ଜନ୍ମଦିନ ପାଳନ କରିବାକୁ ଘରକୁ ଯାଉଥିବା ସମୟରେ ଯୋଜନା ବଦ୍ଧ ଭାବରେ ଦୁଇ ଜଣ ଯୁବକ ବଳପୂର୍ବକ ଯୁବତୀ କୁ ଟେକି ନେଇ ନିର୍ମମ ଭାବରେ ଗଣ ଦୁଷ୍କର୍ମ କରିଥିଲେ | ଅସଂଯତ ଅବସ୍ଥାରେ ମହିଳା ଜଣଙ୍କ ଘଟଣା ସ୍ଥଳରୁ ଖସିଯାଇ ଘରକୁ ଆସିଥିଲା |ଘର ଲୋକ ମହିଳା କୁ ସଙ୍ଗେ ସଂଗେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିବା ସହିତ ଜଗତସିଂହପୁର ଥାନାରେ ଅଭିଯୋଗ କରାଯାଇଥିଲା | ଏସ ପି ଙ୍କ ନିର୍ଦେଶ ରେ ତିନୋଟି ସ୍ୱାର୍ଡ ଗଠନ କରାଯାଇଥିଲା |ସହରର ବିଭିନ୍ନ ସ୍ଥାନ ରେ ଚଢ଼ାଉ କରାଯିବା ପରେ ଜଣେ ଅଭିଯୁକ୍ତ କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଜଣେ ଫେରାର ହୋଇଯାଇଛି |ପୋଲିସ ଚବିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତ କୁ ଗିରଫ କରି ଆଇନୀନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ ପି ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
