• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଫାଶୀ ଦଣ୍ଡ ପାଇଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ନିର୍ଦେଶରେ ଖଲାସ କଲେ ମାନ୍ୟବର ହାଇକୋର୍ଟ

Bymamatanews

Jul 22, 2025
Spread the love

ଦୁଇ ଅଭିଯୁକ୍ତ ମାନେ ୨୦୧୭ ମସିହାରେ ତିନିଜଣଙ୍କୁ ହତ୍ୟା ମାମଲା ଘଟାଇଥିବା ଅଭିଯୋଗ

ପ୍ରାୟ ୮ ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ନ୍ୟାୟ

ତଳ କୋର୍ଟରେ ଫାଶୀ ଦଣ୍ଡାଦେଶ ପରେ ଏବେ ହାଇକୋର୍ଟଙ୍କ ନିର୍ଦେଶ ପରେ ନିର୍ଦୋଷରେ ଖଲାସ । ପ୍ରମାଣ ଅଭାବରୁ ଦୁଇ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କଲେ ମାନ୍ୟବର ହାଇକୋର୍ଟ । ଦୁଇ ଅଭିଯୁକ୍ତ ହେଲେ ପ୍ରକାଶ ବେହେରା ଓ ନନ୍ଦ କିଶୋର ସେଠି । ସୂଚନା ଯେ, ୨୦୧୭ ମସିହା ଅକ୍ଟୋବର ମାସ ୧୦ ତାରିଖରେ ଆଠମଲ୍ଲିକ କିଶୋରନଗର ଥାନା ଅଂଚଳରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ । ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କୁ ହତ୍ୟା କରା ଯାଇଥିଲା । ବାପା ଓ ପୁଅଙ୍କୁ ଅପହରଣ ପରେ ହତ୍ୟା କରଯାଇଥିଲା ବେଳେ ମାଆଙ୍କୁ ତାଙ୍କ ଘରେ ହତ୍ୟା କରଯାଇଥିଲା । ଏନେଇ ସ୍ଥାନୀୟ ଥାନାରେ ମାମଲା ମଧ୍ୟ ହୋଇଥିଲା । ପୋଲିସ ହତ୍ୟା ଅଭିଯୋଗରେ ପ୍ରକାଶ ବେହେରା ଓ ନନ୍ଦ କିଶୋର ସେଠିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୨୦୨୪ ମସିହା ସେପ୍ଟେମ୍ବର ୨୭ ତାରିଖରେ ଏହି ମାମଲାର ଶୁଣାଣି କରି ଆଠମଲ୍ଲିକ ଅତରିକ୍ତ ଜିଲ୍ଲା ଦୌରାଜଜ ଉଭୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଏହି ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଆସିଥିଲେ ଉଭୟ ଅଭିଯୁକ୍ତ । ତେବେ ଏହି ମାମଲାର ଶୁଣାଣି ଶେଷ ହୋଇଥିଲା । ଆଜି ରାୟ ପ୍ରକାଶ ପାଇବା ପରେ ଉଭୟ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି । ଉପଯୁକ୍ତ ପ୍ରମାଣ ଓ ସାକ୍ଷ୍ୟ ନଥିବା ଯୋଗୁଁ ଉଭୟଙ୍କୁ ନିର୍ଦୋଷରେ ମାନ୍ୟବର ହାଇକୋର୍ଟ ଖଲାସ କରିଛନ୍ତି ।

Leave a Reply

Your email address will not be published. Required fields are marked *