• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନାଲକୋ ବିଶ୍ୱକର୍ମା ପୂଜାରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ, ୨୦ ଷ୍ଟଲ କୁ ଫାଇନ

Bymamatanews

Sep 22, 2024
Spread the love

ବିଶ୍ୱ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି ନାଲକୋ ନଗର । ପୂଜା କୁ ସଠିକ ଭାବରେ ନିର୍ବାହ କରିବା , ଲୋକଙ୍କୁ ନିରାପଦ ଓ ସ୍ଵାସ୍ଥକର ଖାଦ୍ୟ ଦେବାକୁ ଅନୁଗୋଳ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରିଣୀ ହରିପ୍ରିୟା ବେହେରା ଓ ସହକାରୀ ଖାଦ୍ୟ ସୁରକ୍ଷା ଅଧିକାରି ନୀଳାମ୍ବର ପ୍ରଧାନ ଙ୍କ ଦ୍ଵାରା ପ୍ରତ୍ୟେକ ଖାଦ୍ୟ ଷ୍ଟଲ ଗୁଡିକ ବୁଲି ମାନ ପରଖିଥିଲେ | ଆଜି ପଞ୍ଚମ ଦିନରେ ଷ୍ଟଲ୍ ଗୁଡ଼ିକ ବୁଲିବା ସହ ଷ୍ଟଲ ଗୁଡିକରେ ଥିବା ବାସି ଖାଦ୍ୟ, ରଙ୍ଗ ମିଶା ଖାଦ୍ୟ , ଶରୀର ପାଇଁ ଅନୁପଯୁକ୍ତ ଖାଦ୍ୟ କୁ ଫୋପାଡ଼ିବା ସହ, ଦୋକାନ ଗୁଡିକୁ ଏ ସବୁରୁ ବିରତି ରହିବା ପାଇଁ ତାଗିଦ୍ କରିଥିଲେ ।

ତେବେ ଖାଦ୍ୟ ସୁରକ୍ଷା ଅଧିକାରୀଣୀ ଙ୍କ ତାଗିଦ୍ ପରେ ମଧ୍ୟ କିଛି ଦୋକାନୀ ଅମାନିଆ ଭାବେ ବାସି ଖାଦ୍ୟ ବିକ୍ରି କରିବା ସହ ରଙ୍ଗ ମିଶା ଖାଦ୍ୟ ଲୋକଙ୍କୁ ଦେଉଥିଲେ । ଯାହାକୁ ନେଇ ୨୦ ଟି ଦୋକାନକୁ ଫାଇନ କରାଯାଇଛି । ଆପଣ ଖାଦ୍ୟ ଖାଇବା ସମୟରେ ସବୁ ବେଳେ ପରିଷ୍କାର ସ୍ଥାନ କୁ ବାଛିବା ସହ , ରଙ୍ଗ ମିଶା ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ବୋଲି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀଣୀ କହିଥିଲେ । ଏହି ଖାଦ୍ୟ ଯାଞ୍ଚ ବେଳେ ଅନୁଗୋଳର ଫୁଡ ଇନିସପେକ୍ଟର, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ |

Leave a Reply

Your email address will not be published. Required fields are marked *