• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କାଳ ବୈଶାଖୀରେ ଗଛ ଉପୁଡ଼ି ଦୋକାନ ଗୃହ ଚୁରମାର

Bymamatanews

Sep 22, 2024
Spread the love

ଅଳ୍ପକେ ବର୍ତ୍ତୀ ଗେଲ ଭିନ୍ନକ୍ଷମ ଦୋକାନୀ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନିକଟସ୍ଥ ନୂଆହତା ଗ୍ରାମ ପଞ୍ଚାୟତ ଶିମିଳି ସାହିରେ
ଅଦିନିଆ କାଳ ବୈଶାଖୀ ଯୋଗୁ ଗଛ ଉପୁଡ଼ି ଜଣେ ଭିନ୍ନକ୍ଷମ ଦୋକାନୀଙ୍କ ଦୋକାନ ଗୃହ ଭାଙ୍ଗି ଚୁରମାର ହୋଇଯାଇଛି। ଭିନ୍ନକ୍ଷମ ଦୋକାନୀ ଜଣଙ୍କ ହେଲେ ନୂଆହତା ପାଟଣା ସାହି ର ଅକୃର ଭୁତିଆ ଙ୍କ ପୁଅ ପଦ୍ମ ଲୋଚନ ଭୁତିଆ। ଆଜିକୁ ପ୍ରାୟ ୧୫ ବର୍ଷ ହେବ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଇଲେକ୍ଟ୍ରୋନିକ୍ସ ସମାଗ୍ରୀ ର ମରାମତି କରି ପାରିବାର ପ୍ରତିପୋଷଣ କରନ୍ତି। ଶନିବାର ସନ୍ଧ୍ୟା ସମୟରେ ଅଦିନିଆ କାଳ ବୈଶାଖୀ ବଅଁରପାଳ ଅଞ୍ଚଳରେ ତାଣ୍ଡବ କରିଥିଲା। ଏଥିରେ ଅଞ୍ଚଳର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ନଜରକୁ ଆସିଛି। ଆଜି ସନ୍ଧ୍ୟା ସମୟରେ ପଦ୍ମଲୋଚନ ମରାମତି କାର୍ଯ୍ୟରେ ବ୍ୟସ୍ତ ଥିବା ସମୟରେ ପାର୍ଶ୍ଵରେ ଥିବା ଏକ ବିରଟକାୟ ଗଛ ଦୋକାନ ଗୃହ ଉପରେ ମାଡି ବସିଥିଲା। ସ୍ଥାନୀୟ ଲୋକେ ଅଘଟଣକୁ ଦେଖି ଦୋକାନ ମଧ୍ୟ ରୁ ପଦ୍ମଲୋଚନ କୁ ଉଦ୍ଧାର କରିଥିଲେ। ପଦ୍ମଲୋଚନ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଖବର୍ ପାଇଁ ବଅଁରପାଳ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୋକାନ ଉପରେ ଗଛକୁ କାଟି ଦେଇ ବଡ଼ଧରଣ କ୍ଷୟକ୍ଷତି ରୁ ଉଦ୍ଧାର କରିଛନ୍ତି।

Leave a Reply

Your email address will not be published. Required fields are marked *