ଅନୁଗୋଳ ଜିଲ୍ଲା ସ୍ତରୀୟ ବିକାଶ ମେଳା ନାଲ୍କୋ ନଗର ପଲ୍ଲୀଶ୍ରୀମେଳା ପଡିଆ ଠାରେ ଆଜି ମାନ ନ୍ୟବର ଅବକାରୀ ଓ ଆଇନ୍ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ ହରିଚନ୍ଦନ ମୁଖ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ବିଭିନ୍ନ ବିଭାଗ ଦ୍ବାରା ସମ୍ପାଦିତ ସରକାର ପ୍ରଣୀତ ପ୍ରମୁଖ ଯୋଜନା ଗୁଡିକର ଷ୍ଟଲ ବୁଲି ଦେଖିଥିଲେ ।

ଆୟୋଜିତ ଏକ ଜନ ସାମାବେଶରେ ଯୋଗ ଦେଇ ସେ କହିଥିଲେ ଯେ, ଅନୁଗୋଳ ମାଟି ଏକ ବିପ୍ଳବର ମାଟି । ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ବିପ୍ଳବର ଚିହ୍ନ ଲେଖାଯାଇଛି ଏବଂ ଅନ୍ୟାୟ ବିରୁଦ୍ଧରେ ରେ ଲଢେଇ କରିବାର ମାଟିର ଏକ ସୁଦୀର୍ଘ ଐତିହ ସ୍ମରଣୀୟ ହୋଇ ରହିଛି । ଓଡିଶାର ଅର୍ଥନୈତିକ ବିକାଶରେ ଅନୁଗୋଳ ପ୍ରମୁଖ ଭୁମିକା ରହିଛି । ୨୦୩୬ ମସିହା ସୁଦ୍ଧା ଓଡିଶାକୁ ସମ୍ପୂର୍ଣ୍ଣ ବିକଶିତ ରାଜ୍ୟ ଭାବେ ଗଠନ କରିବା ଏହି ସରକାର କାରର ମୂଳ ଲକ୍ଷ୍ୟ ବୋଲି କହିଥିଲେ । କାର୍ଯ୍ୟକ୍ରମର ସମ୍ମାନୀତ ଅତିଥ୍ ଭାବେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ପାଳଲହଡା ବିଧାୟକ ଶ୍ରୀ ଅଶୋକ ଅଶୋକ ମହାନ୍ତି ଯୋ ଦେଇ ନିର୍ବାଚନ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ଯେଉଁ ପ୍ରତିଶୃତି ଓଡିଶାବାସୀଙ୍କୁ ଦେଇଥିଲେ ସେସବୁକୁ ଗୋଟି ଗୋଟି କରି ପୂରଣ କରିବା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ଯୋଗ ସରକାର ଆଗେଇ ଚାଲିଛନ୍ତି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅତର ସ୍ବାଗତ ଭାଷଣ ଦେଇ ୧୦୦ ଦିନ ଭିତରେ ଅନୁଗୋଳ ଜିଲ୍ଲାରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ ।

ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ଜାତୀୟ ସ୍ତରରେ ପୁରସ୍କୃତ ଅନୁଗୋଳ ଜିଲ୍ଲା ର କୋଇଓ, ଧରମପୁର,କଣ୍ଢାଳ ଓ ପୋକତ୍ତୁଙ୍ଗା ଆୟୁଷ୍ମାନ ସ୍ଥାନ ଆରୋଗ୍ୟ ମନ୍ଦିରର ସଦସ୍ୟଙ୍କୁ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଲକ୍ଷ୍ୟ ସାର୍ଟିଫିକେଟ ପାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଊନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧ୍ବକାରୀ ଶ୍ରୀ ହେମନ୍ତ କୁମାର ସିଂହ ଧନ୍ୟବା ଅନ୍ୟବାଦ ଅର୍ପଣ କରିଥିଲେ ।

