ପର୍ବାଣୀ ରିତୁରେ ବଅଁରପାଳ ଅଞ୍ଚଳରେ ଦୁବୃର୍ତ୍ତ ଆତଙ୍କରେ ଜନସାଧାରଣ ଅତିଷ୍ଠ ।
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳ ରେ ବନ୍ଧୁକ ଓ ମାରଣାସ୍ତ୍ର ରେ ଆକ୍ରମଣ କରି ଦମ୍ପତିଙ୍କୁ ଲୁଟ ହୋଇଥିବା ଥାନା ରେ ଅଭିଯୋଗ। ସୂଚନା ମୁତାବକ ସେପ୍ଟେମ୍ବର ୧୮ ତାରିଖ ଅପରାହ୍ନ ପ୍ରାୟ ୨ଟା ସମୟରେ ମୁଖାଧାରୀ ଡ଼କାୟତଙ୍କ ଶିକାର ହୋଇଛନ୍ତି ଦମ୍ପତି। ଏ ନେଇ ବଅଁରପାଳ ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ,ଆଜି ଦିନ ପ୍ରାୟ ୨ ଟା ସମୟରେ ପରଜଙ୍ଗ ଥାନା ଅନ୍ତର୍ଗତ ସିଙ୍ଗଡ଼ା ଗ୍ରାମର ପ୍ରକାଶ ସାହୁ ତାଙ୍କ ସ୍ତ୍ରୀଙ୍କ ସହିତ ବିଶ୍ଵକର୍ମା ପୂଜା ଯାତ୍ରା ଦେଖିବାକୁ ନାଲକୋ କୁ ଆସୁଥିଲେ।

ସେହି ସମୟରେ ପାଣିଗୋଳା ଗ୍ରାମ ନିକଟସ୍ଥ ଆଇଓସିଏଲ୍ ଗ୍ୟାସ ଷ୍ଟେସନ ମଧ୍ୟରେ ତିନିଜଣ ଯୁବକ ପ୍ରକାଶଙ୍କ ବାଟ ଓଗାଳିଥିଲେ। ଜଣେ ଯୁବକ ମୁଣ୍ଡରେ ହେଲମେଟ ପିନ୍ଧିଥିବା ବେଳେ ଅନ୍ୟ ଦୁଇଜଣ ଯୁବକ ମୁହଁରେ ମୁଖା ପିନ୍ଧିଥିଲେ। ସେମାନେ ପ୍ରକାଶ ଓ ତାଙ୍କ ସ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ ଏଵଂ ତାଙ୍କ ସ୍ତ୍ରୀଙ୍କୁ ଏକ ପାଣି ପାଇପରେ ବାଡେଇ ମୁଣ୍ଡ ଫଟାଇବା ସହ ହାତ ଗୋଡ଼ରେ ଗଭୀର ଆଘାତ ଦେବା ସହ ସ୍ଵାମୀ ପ୍ରଭାସ କୁ ମାଡ ଦେଇଥିଲେ। ଦୁର୍ବୃତ୍ତ ମାନେ ଦମ୍ପତିଙ୍କ ପାଖରୁ ଥିବା ସୁନା ଚେନ,ହାର,ଦୁଇଟି ମୁଦି, ଏକ ଟି ମଙ୍ଗଳସୂତ୍ର ଓ ମନି ପର୍ସ ଛଡାଇ ନେଇଥିଲେ। ପ୍ରଭାସ ମାଡ କଷ୍ଟ ରେ ପାଟି କରିବାରୁ ଦୁର୍ବୃତ୍ତ ମାନେ ସେ ସ୍ଥାନ ଛାଡି ପଳାଇ ଯାଇଥିଲେ। ପ୍ରକାଶ ତାଙ୍କ ସ୍ତ୍ରୀଙ୍କର ଚିକିତ୍ସା ନିମନ୍ତେ ସ୍ଥାନୀୟ ଏକ ଘରୋଇ ନର୍ସିଂ ହୋମକୁ ନେଇ ମୁଣ୍ଡରେ ପ୍ରାୟ ୭ଟି ଷ୍ଟିଚ ପକାଇ ପ୍ରାଥମିକ ଚିକିସ୍ଥା କରାଇ ଥାନାରେ ପହଞ୍ଚିଥିଲେ । ଏ ନେଇ ପ୍ରଭାସ ବଅଁରପାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଥାନା ଅଧିକାରୀ ଙ୍କ ନେତୃତ୍ଵରେ ଏଏସଆଇ ଲକ୍ଷ୍ମଣ ମାଝୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
