• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଯଶସ୍ବୀ ସାରସ୍ୱତ ସାଧକ ଗଗନ ବିହାରୀ ବିଶ୍ୱାଳ ଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ପତ୍ରିକା ଉନ୍ମୋଚନ ଓ ସ୍ମୁତି ସଭା ଅନୁଷ୍ଠିତ

Bymamatanews

Sep 22, 2024
Spread the love

ଜଗତସିଂହପୁର ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଯଶସ୍ବୀ ସାରସ୍ୱତ ସାଧକ ଗଗନ ବିହାରୀ ବିଶ୍ୱାଳ ସ୍ମୁତି ପରିଷଦ ପକ୍ଷରୁ ଦ୍ୱିତୀୟ ବାର୍ଷିକ ପତ୍ରିକା ଉନ୍ମୋଚନ ଓ ସ୍ମୁତି ସଭା ସମାଜସେବୀ ରମା ରଞ୍ଜନ ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି |

ମୁଖ୍ୟ ଅତିଥିଭାବେ ଜ଼ିଲ୍ଲା ପରିଷଦ ଅଧକ୍ଷ୍ୟ ମନୋଜ କୁମାର ଭୋଇ ପ୍ରଦୀପ ପ୍ରଜ୍ବଳନ କରି ଏହି ସ୍ମୁତି ସଭାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |ମୁଖ୍ୟ ବକ୍ତା ଭାବେ ସ୍ତମ୍ଭକାର ଅଧ୍ୟାପକ ହିମାଶୁ ଶେଖର ଆଚାର୍ଯ୍ୟ | ସଂମ୍ମାନିତ ଅତିଥିଭାବେ ଜଗତସିଂହପୁର ପଞ୍ଚାୟତ ସମିତି ଉପାଧ୍ୟାକ୍ଷ ରତି ରଞ୍ଜନ ବେହେରା, ରଘୁନାଥପୁର ବ୍ଲକ ଶିକ୍ଷା ଅଧିକାରୀ ବିଜୟ କୁମାର ସ୍ୱାଇଁ, ସରପଞ୍ଚ ମେନକା ଦାସ, ସମିତି ସଭ୍ୟ ପ୍ରଦୂନ୍ମ ମଲ୍ଲିକ, ଶିକ୍ଷାବିତ ସୁରେଶ ଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ସାରସ୍ୱତ ସାଧକ ଗଗନ ବିହାରୀ ବିଶ୍ୱାଳ ଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କ ରେ ଉଦବୋଧନ ଦେଇଥିଲେ |

ଗଗନ ବିହାରୀ ସ୍ମୁତି ପରିଷଦ ସାଧାରଣ ସମ୍ପାଦକ ଶିକ୍ଷାବିତ ଅକ୍ଷୟ କୁମାର ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ | ଏହା ପରେ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା * ଗବାକ୍ଷ ରୁ ଗଗନ * ପତ୍ରିକା ଉନ୍ମୋଚନ କରାଯାଇଥିଲା |ଶେଷରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମୁରଲୀଧର ଦାସ ଏବଂବୈଷ୍ଣବ ଚରଣ ନାୟକ ଦୁଇ କୃତି ଶିକ୍ଷକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |ଶେଷରେ ପ୍ରାଦୁମ୍ନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *