ବଅଁରପାଳ ବ୍ଲକ ଅନ୍ତର୍ଗତ ସାନ୍ତରାପୂର (ଖ)ପଞ୍ଚାୟତ ସାନ୍ତାରାପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଶ୍ରୀ ଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ଶିବିର କୁ ଉଦ୍ଘାଟିତ କରିଥିଲେ।

ରକ୍ତଦାନ କରିଥିବା ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ ଏକ ମହତ ଦାନ, ରକ୍ତର ବିକଳ୍ପ ନଥିବାରୁ ରକ୍ତ ଦେଇ ଅନ୍ୟର ଜୀବନ ବଞ୍ଚାଇବାକୁ ପରାମର୍ଶ ଦେଇଥିଲେ ଉପସ୍ଥିତ ଅତିଥି ବୃନ୍ଦ। ପଞ୍ଚାୟତର ସଦସ୍ୟ ମାନଙ୍କ ମିଳିତ ସହଯୋଗରେ ମୋଟ ୬୩ ୟୁନିଟ ରକ୍ତ ସଂଗ୍ରହ ହୋଇପାରିଥିଲା। ଏହି ରକ୍ତଦାନ ଶିବିର କୁ ମଙ୍ଗରାଜ ଦାସ ମଣ୍ଟୁ ସାହୁ, ଫିରୋଜ ସାହୁ,ବିଶି କେଷନ ସେଠୀ,କବିରାଜ ସାହୁ ଶିବିର ପରିଚାଳନା କରିଥିବା ବେଳେ ଅନୁଗୋଳ ରକ୍ତ ଭଣ୍ଡାର ପକ୍ଷରୁ ଡାକ୍ତର କର୍ମଚାରୀ ଶିବିରରେ ରକ୍ତ ସଂଗ୍ରହ କରିଥିଲେ।ଶିବିରରେ ମୋଟ ୬୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
