ମାନବାଧିକାର ଅନୁଷ୍ଠାନ ଭାବେ ହ୍ୟୁମାନ ରାଇଟ ଫ୍ରଣ୍ଟ ରାଜ୍ୟରେ ଶତାଧିକ ଲୋକଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରି ଆସିଛି। ଯେତେବେଳେ ଲୋକଙ୍କ ମୌଳିକ ଅଧିକାର ବାଧା ପ୍ରାପ୍ତ ହୋଇଛି ଏବଂ ଏହି ଘଟଣା ଆମ ଅନୁଷ୍ଠାନ ର ଦୃଷ୍ଟି କୁ ଆସିଛି ଆମେ ତତକ୍ଷଣାତ୍ ଏଥିନେଇ କାର୍ଯ୍ୟାନୁଷ୍ଠାନ ନେଇଛୁ।ସ୍ଥାନୀୟ ଧର୍ମଶାଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଏକଥା ପ୍ରକାଶ କରିଛନ୍ତି ହ୍ୟୁମାନ ରାଇଟ ଫ୍ରଣ୍ଟ ର କର୍ମକର୍ତ୍ତା। ସାମ୍ବାଦିକ ସମ୍ମିଳନୀ ରେ ଅନୁଷ୍ଠାନର ରାଜ୍ୟ ସଂଯୋଜକ ଆଡଭୋକେଟ ରାଜୀବ ପଟ୍ଟନାୟକ,ଜିଲ୍ଲା ସଂଯୋଜକ ରଞ୍ଜନ ମିଶ୍ର, ଆଇନ ସଂଯୋଜକ ଶିବାଶିଷ କର ଙ୍କ ସମେତ ପ୍ରହଲ୍ଲାଦ ରଥ,ମିଡ଼ିଆ ସଂଯୋଜକ ଶୁଭ୍ରାଂଶୁ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ।ସମ୍ମିଳନୀ ରେ ନିକଟ ଅତୀତରେ ଫ୍ରଣ୍ଟ ପକ୍ଷରୁ ନିଆଯାଇଥିବା କିଛି ପଦକ୍ଷେପ ସମ୍ପର୍କରେ କର୍ମକର୍ତ୍ତା ମାନେ ପ୍ରକାଶ କରିଥିଲେ।
