• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜଗତସିଂହପୁର ଠାରେ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ପ୍ରଗତିର ନୂତନ ସୂର୍ଯ୍ୟୋଦୟ ବିକାଶ ମେଳା କାର୍ଯ୍ୟକ୍ରମ

Bymamatanews

Sep 22, 2024
Spread the love

ଜଗତସିଂହପୁର (22/9/24) ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ବିକଶିତ ଓଡ଼ିଶାର ଅଭ୍ୟୁଦୟ କାର୍ଯ୍ୟକ୍ରମ ଏବଂ ବିକାଶ ମେଳାର ଶୁଭ ଉଦ୍ ଘାଟନ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
| ସମ୍ମାନିତ ଅତିଥି ଭାବେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ |

ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇଥିଲେ | ଏହି ଉଦଘାଟନୀ ଉଛବ ରେ ଜିଲ୍ଲାପାଳ ଜେ ସୋନାଲ ଅଧକ୍ଷତା କରି ବିକାଶ ମେଳାକୁ ସମସ୍ତ ଅତିଥି ଙ୍କୁ ସ୍ଵାଗତ କରିଥିଲେ। ପ୍ରାରମ୍ଭ ରେ ମୁଖ୍ୟ ଅତିଥି ବିକାଶ ମେଳା କୁ ଉଦ୍ ଘାଟନ କରିଥିଲେ।

ଏହି ମେଳାରେ ଓରମାସ ର ସ୍ଵୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ , ସୂଚନା ଓ ଲୋକସଂପର୍କ ବିଭାଗ ଓ ବିଭିନ୍ନ ବିଭାଗ ପକ୍ଷ ରୁ ୩୧ ଟି ପ୍ରଦର୍ଶନୀ ମଣ୍ଡପ ଖୋଲିଛି। ପରେ ପରେ ସଂସ୍କୃତି ବିଭାଗ ପକ୍ଷରୁ ଲୋକକଳା ସମ୍ପର୍କୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ।


ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *