ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଯେ, ଆଜି ସକାଳ ସମୟରେ ମୁଖ୍ୟ ଚିକିତ୍ସାଳୟ ର ସୌଚାଳୟ ଭିତର କୁ ଶୌଚ ହେବାକୁ କିଛି ରୋଗୀ ଙ୍କ ସମ୍ପର୍କୀୟ ଯାଇଥିବା ବେଳେ ଦେଖିବାକୁ ପାଇଥିଲେ ଏକ ନବଜାତ ଶିଶୁ ପଡିଛି। ସଙ୍ଗେ ସଙ୍ଗେ ଚିକିତ୍ସାଳୟ ର କର୍ତ୍ତୃପକ୍ଷ ଙ୍କୁ ଜଣାଇବା ରୁ ଚିକିତ୍ସାଳୟର କର୍ତ୍ତୃପକ୍ଷ ନବଜାତ ଶିଶୁ କୁ ଉଦ୍ଧାର କରିଥିଲେ। ସେତେ ବେଳେକୁ ନବଜାତ ଶିଶୁ ର ମୃତ୍ୟୁ ହୋଇ ସାରିଥିଲା। ଏ ଘଟଣା ବିଷୟରେ ଚିକିତ୍ସାଳୟ ର କର୍ତ୍ତୃପକ୍ଷ ଙ୍କୁ ପଚାରିବାରୁ କେହି ବି ସନ୍ତୋଷ ଜନକ ଭାବରେ ଉତ୍ତର ଦେଉ ନାହାନ୍ତି। ଏ ନବଜାତ ଶିଶୁ ସୌଚାଳୟ ଭିତରକୁ କେମିତି ଆସିଲା, ନା କେହି ଏଠା ରେ ନବଜାତ ଶିଶୁ କୁ ପକାଇ ଦେଇଛି। ତାହା ତଦନ୍ତ ପରେ ଜଣା ପଡିବ।
