• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

GST ଅଧିକାରୀଙ୍କ ନଜରରେ ଅନୁଗୋଳ ଶିଳ୍ପନଗରୀ

Bymamatanews

Oct 22, 2024
Spread the love

GST ଫାଙ୍କିବା ସନ୍ଦେହରେ ଡାଇରେକ୍ଟର ଜେନେରାଲ ଜିଏସଟି ଇଣ୍ଟେଲିଜେନସର ରେଡ୍। ଏକକାଳୀନ ୩ ଟି ସ୍ଥାନରେ ରେଡ ମାରିଛି DGGI ଟିମ୍। ଭୁବନେଶ୍ୱର ଓ ଅନୁଗୋଳରେ SS MART, GROCERY MART ଦୋକାନର ବିଭିନ୍ନ ବ୍ରାଞ୍ଚରେ କରାଯାଇଛି ଛାନଭିନ। ବିଭିନ୍ନ ସୋରୁମର ଷ୍ଟକ୍ ହାଉସ ସମେତ ଅଫିସରେ‌ ରେଡ ହୋଇଥିବା ଜଣାପଡିଛି। ଅନୁଗୋଳ ଗାନ୍ଧୀ ମାର୍ଗ ଠାରେ ଥିବା SS MART ରେ ଚାଲିଛି ରେଡ। ଏନେଇ ଗୋଟିଏ ଟିମରେ ୬ଜଣ ଲେଖାଏଁ ଯାଇ ୩ଟି ସ୍ଥାନରେ ରେଡ ଚଳାଇଛନ୍ତି। ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ କିଛି କ୍ୟାସ ମଧ୍ୟ ଜବତ କରାଯାଇଥିବା ଅନୁମାନ। ଦୋକାନର କମ୍ପ୍ୟୁଟର ହାର୍ଡଡିସ୍କ ସମେତ ଆର୍ଥିକ କାରବାରର ସମ୍ପର୍କିତ ବ୍ୟାଙ୍କ ଡିଟେଲ ଓ ଟ୍ରାନଜାକ୍ସନ ମଧ୍ୟ ଜବତ କରିଛି ଡିଜିଜିଆଇ। ସେହିପରି ସୋରୁମର ସେଲ ଓ ପରଚେଜ୍ ରେକର୍ଡ ଦେଖିବା ସହ କେତେ ବିକ୍ରି ହୋଇଛି ଓ କେତେ ବାକି ରହିଛି ଏବଂ କେଉଁ କେଉଁ ସ୍ଥାନରେ ସେମାନଙ୍କର ବ୍ୟବସାୟିକ ଟ୍ରାନଜାକ୍ସନ ହେଉଥିଲା ସେ ନେଇ ମଧ୍ୟ ଯାଞ୍ଚ କରିଛନ୍ତି। ଯାଞ୍ଚ କରୁଥିବା ଅଧିକାରୀ ମାନେ ଗଣ ମାଧ୍ୟମ କୁ କୌଣସି ତଥ୍ୟ ଦେଇ ପାରବେ ନାହିଁ ବୋଲି କହିଥିଲେ। ସନ୍ଦେହ କରାଯାଉଛି ଯେ, SS MART ଏବଂ ଯାଞ୍ଚ କରୁଥିବା ଅଧିକାରୀ ଙ୍କ ମଧ୍ୟରେ କୌଣସି ଭିତିରି ସମ୍ପର୍କ ରହିଛି।

Leave a Reply

Your email address will not be published. Required fields are marked *