• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

Bymamatanews

Oct 22, 2024
Spread the love

ବାତ୍ୟା ପ୍ରସ୍ତୁତିର ଆକଳନ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଅଛି।

·   ବାତ୍ୟା ପରେ ରାସ୍ତା ଓ ଯାତାୟାତ ବ୍ୟବସ୍ଥାକୁ ସଫା କରିବା ପାଇଁ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆବଶ୍ୟକ ଆଗୁଆ ବ୍ୟବସ୍ଥା କରାଯାଇଛି।

·    ଓଡ଼ିଶା ଉପକୂଳରେ ଚଳାଚଳ କରୁଥିବା ସମସ୍ତ ମାଛଧରା ଡଙ୍ଗାକୁ ୨୨.୧୦.୨୦୨୪ ପୂର୍ବାହ୍ନ ୧୧ଟା ସୁଦ୍ଧା ସୁରକ୍ଷିତ ଭାବେ ଫେରାଇ ଅଣାଯାଇଛି ଏବଂ ୨୬.୧୦.୨୦୨୪ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ମାଛଧରା ଡଙ୍ଗା ସମୁଦ୍ର ଭିତରକୁ ଯିବ ନାହିଁ ବୋଲି ସୁନିଶ୍ଚିତ    କରାଯାଇଛି ।

·    ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେବାକୁ ଥିବା ଗୋଟିଏ ହେଲିକପ୍ଟର ଯୋଗାଇ ଦେବାକୁ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି ।

·    ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ୧୪ଟି ଜିଲ୍ଲାର ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ଅକ୍ଟୋବର ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ।

·     ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନର ସାମଗ୍ରିକ ତଦାରଖ ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ହାଇ ଆଲର୍ଟରେ ଜିଲ୍ଲାଗୁଡ଼ିକରେ ନିୟୋଜିତ କରାଯାଇଛି ।

·    ତିନି ବନ୍ଦର କର୍ତ୍ତୃପକ୍ଷ ଗୋପାଳପୁର, ପାରାଦୀପ ଓ ଧାମରାକୁ ସତର୍କତାମୂଳକ ସୂଚନା ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

·    ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଠିକ୍ ସମୟରେ ସ୍ଥାନାନ୍ତର ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

·    ଘରୋଇ ଓ ସରକାରୀ କୋଠାରେ ଓଭରହେଡ୍ ପାଣି ଟାଙ୍କି ଭର୍ତ୍ତି ରଖିବା ପାଇଁ ଅନୁରୋଧ କରାଯାଇଛି।

·    ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହୋର୍ଡିଂ ହଟାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

·    ସରକାରଙ୍କ ତରଫରୁ ୬ ହଜାରରୁ ଉର୍ଦ୍ଧ୍ୱ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି ।

·    ୩ ହଜାରରୁ ଉର୍ଦ୍ଧ୍ୱ ସମ୍ବେଦନଶୀଳ ସ୍ଥାନମାନଙ୍କରୁ ଜନସାଧାରଣଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଚିହ୍ନଟ କରାଯାଇଛି।

·    ଆବଶ୍ୟକସ୍ଥଳେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ ।

·    ୮ ହଜାରରୁ ଉର୍ଦ୍ଧ୍ୱ ଗର୍ଭବତୀ ମହିଳାମାନଙ୍କୁ ନିରାପଦ ପ୍ରସବ ପାଇଁ ଡାକ୍ତାରଖାନାକୁ ସ୍ଥାନାନ୍ତର କରିବା ପାଇଁ ଚିହ୍ନଟ କରାଯାଇଛି ।

·    ୭୦୦ ଶହରୁ ଉର୍ଦ୍ଧ୍ୱ ବିଦ୍ୟୁତ୍ ଗ୍ୟାଙ୍ଗମ୍ୟାନମାନଙ୍କୁ ବାତ୍ୟା ପରବର୍ତ୍ତୀ ସମୟରେ ପୁନଃ ବିଦ୍ୟୁତ୍ ସଂଯୋଗୀକରଣ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ପ୍ରସ୍ତୁତ ରଖାଯାଇଛି ।

·    ବାତ୍ୟା ପରବର୍ତ୍ତୀ ସମୟରେ ଲୋକମାନଙ୍କୁ ଯୋଗାଇ ଦେବା ପାଇଁ ୫ ହଜାର ପ୍ୟାକେଟ୍ ରୁ ଉର୍ଦ୍ଧ୍ୱ ପଲିଥିନ୍ ମହଜୁଦ୍ ରଖାଯାଇଛି  ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଛନ୍ତି । ଏହି ଅବସରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଦେଓରଞ୍ଜନ କୁମାର ସିଂହ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *