• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜାତୀୟ ବଧିର କ୍ରିକେଟ୍ ଦଳରେ ତାଳଚେରର ସନ୍ତୋଷ

Bymamatanews

Nov 22, 2024
Spread the love

ଅନୁଗୁଳ ଜିଲ୍ଲା ତାଳଚେର ର ବଧିର କ୍ରିକେଟ୍ ଖେଳାଳି ସନ୍ତୋଷ କୁମାର ମହାପାତ୍ର ଦେଶର ଜାତୀୟ ବଧିର କ୍ରିକେଟ୍ ଟିମ୍‌ରେ ସାମିଲ ହୋଇଛନ୍ତି। ଆସନ୍ତା ଡିସେମ୍ବର ୨ ତାରିଖଠାରୁ ୮ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଖେଳା ଯିବାକୁ ଥିବା ଭାରତ ଓ ଶ୍ରୀଲଙ୍କା ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଶ୍ରୀ ମହାପାତ୍ର ଖେଳିବେ ବୋଲି ଭାରତୀୟ ବଧିର କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ମିଳିଛି। କ୍ରିକେଟ ଆସୋସିଏସନ ର ସଭାପତି ସୁମିତ ଜୈନ ଓ ସମ୍ପାଦକ ଅଜୟ କୁମାର ପତ୍ର ମାଧ୍ୟମରେ ସନ୍ତୋଷ କୁମାର ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି। ସନ୍ତୋଷ ତାଳଚେର ୟୁଥ୍ ସ୍ପୋଟିଂ କ୍ଲବ୍ ତରଫରୁ ନିଜର କ୍ରିକେଟ ଖେଳ ଜୀବନ ଆରମ୍ଭ କରି ଭାରତୀୟ ଦଳରେ ସାମିଲ ହୋଇଥିବା ରୁ ଜିଲ୍ଲା ର କ୍ରିକେଟ୍ ପ୍ରେମୀଙ୍କ ମହଲରେ ଖୁସି ଲହରି ଖେଳି ଯାଇଛି । ଏନେଇ ଗୁରୁବାର ପୂର୍ବାହ୍ନରେ ସନ୍ତୋଷ ସମ୍ବଲପୁର ଆରଡିସି ସଚ୍ଚିନ ରାମ ଚନ୍ଦ୍ର ଯାଦବ ଓ ଅନୁଗୁଳ ଜିଲ୍ଲାପାଳ ଅବଦଲ ମହମ୍ମଦ ଅକତରଙ୍କୁ ସାକ୍ଷାତ କରିଛନ୍ତି । ଆରଡିସି ଓ ଜିଲ୍ଲାପାଳ ସନ୍ତୋଷଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସଫଳତା କାମନା କରିଛନ୍ତି । ଖେଳରେ ଆଗକୁ ବଢିବା ନିମନ୍ତେ ଜିଲ୍ଲା ପ୍ରଶାସନ ସମସ୍ତ ସହଯୋଗର ହାତ ବଢାଇବା ନେଇ ପ୍ରତିଶ୍ରୁତି ଦେଇଥିବା ସନ୍ତୋଷ ପ୍ରକାଶ କରିଛନ୍ତି। ଆଜିର ଏହି ସାକ୍ଷାତ ସମୟରେ ଜିଲ୍ଲା ବଧିର ସଂଘର ସଭାପତି ପର୍ଶୁରାମ ଦାଶ,ସମ୍ପାଦକ ବିଶ୍ବଜିତ୍ ହୋତା ଓ ସନ୍ତୋଷଙ୍କ ପିତା ମାତା ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *