• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ରାସ୍ତା ନିର୍ମାଣ ନେଇ ମହା ଘୋଟଲା ହୋଇଥିବା ନେଇ ଥାନା ରେ ଲିଖିତ ଅଭିଯୋଗ କଲେ ପଞ୍ଚାୟତ ସମିତି ଅଧିକାରୀ

Bymamatanews

Jan 23, 2025
Spread the love

ମିଥ୍ୟା ବିଲ ଦେଇ ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଟାଙ୍ଗିରି ଗ୍ରାମ ପାଞ୍ଚୟତ ବାରମଞ୍ଚା ଗ୍ରାମରେ ପଞ୍ଚମ ରାଜ୍ୟ ଅର୍ଥ କମିସନର GIA ସ୍କିମ ଅନ୍ତର୍ଗତ all weather connectivity for the year2024/25 ବର୍ଷ ପାଇଁ ବିଜୁ ଘର ଠାରୁ ଆଉଁଳି ପର୍ଯ୍ୟନ୍ତ ରାସ୍ତାର ଉନ୍ନତି ପାଇଁ ୧୦ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବ୍ଲକର କନିଷ୍ଠ ଯନ୍ତ୍ରୀ କ୍ଷମାସାଗର ସିଂହ ନାମରେ ଯୋଗାଇ ଦିଆ ଯାଇଥିଲା l କିନ୍ତୁ ଉକ୍ତ ରାସ୍ତା କାମ ନ କରି ଚଞ୍ଚକତା କରି ୧୦ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ନେଇ ଟାଙ୍ଗିରି ପଞ୍ଚାୟତର ଜନ ପ୍ରତିନିଧି ମହେଶ୍ୱର ମାଝୀ ବ୍ଳକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ l ଅଭିଯୋଗ ପାଇବା ପରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ହେମନ୍ତ ସିଂହ ଓ ଛେଣ୍ଡିପଦା ବିଡିଓ ତ୍ରିବିକ୍ରମ କୁମୁରା ଘଟଣା ସ୍ଥଳକୁ ଯାଇ ସରଜମିନ ତଦନ୍ତ କରିଥିଲେ । ଏଥିପାଇଁ ଛେଣ୍ଡିପଦା ବିଡିଓ ତ୍ରିବିକ୍ରମ କୁମୁରା ସରକାରୀ ଅର୍ଥ ଆତ୍ମସାତ କରିଥିବା ନେଇ କନିଷ୍ଠ ଯନ୍ତ୍ରୀ କ୍ଷମାସାଗର ସିଂହ ଓ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ସେଠୀଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ବିଡିଓ ଅଭିଯୋଗରେ ଦର୍ଶାଇଛନ୍ତି ଯେ କ୍ଷମାସାଗର ଡିସେମ୍ବର 16 ତାରିଖରେ ଏମବି ନଂ ୪୭/୨୩-୨୪ରେ ବିଲ ଓ ଭାଉଚର ଦାଖଲ କରିଥିଲେ ଏବଂ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ସେଠୀ ଦ୍ୱାରା ଯାଞ୍ଚ ଏବଂ ମାପ କରାଯାଇଛି l ମାପ ପରେ ସରକାରୀ ଟାକ୍ସକୁ ବଡ଼ ଦେଇ 8,93,749/-ପ୍ରଦାନ କରାଯାଇଛି l ଉକ୍ତ ଦୁଇ ଜଣ ମିଥ୍ୟା ବିଲ ଦେଇ ସରକାରୀ ଅର୍ଥ ଆତ୍ମସାତ କରିଥିବା ନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ବିଡ଼ିଓଙ୍କ ଅଭିଯୋଗ ଆଧାରରେ ଛେଣ୍ଡିପଦା ଥାନାରେ କେସ ନଂ ୪୧/୨୪ରେ ମାମଲା ରୁଜୁ କରିବା ସହିତ ଧାରା 316(2),316(5) ଓ ୩(୨) ଅନୁଯାୟୀ ପୋଲିସ ତଦନ୍ତ ଆରମ୍ଭ ହୋଇଥିବା ସୂଚନା।

Leave a Reply

Your email address will not be published. Required fields are marked *