ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅଞ୍ଚଳ ଜଣେ ନାବାଳିକାକୁ ଅପହରଣ କରି ନେଇଥିବା ବେଳେ ମାଡି ବସିଥିଲା ପୋଲିସ। ସୂଚନା ମୁତାବକ ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ରେ ଦୁଇଦିନ ପୂର୍ବରୁ ୧୬ ବର୍ଷ ନାବାଳିକା ସନ୍ଧ୍ୟା ୬ ଘଟିକା ସମୟରେ ନିଖୋଜ ହୋଇଯାଇଥିଲା। ପରିବାରଲୋକେ ସମ୍ପର୍କୀୟଙ୍କ ଠାରୁ ସାଙ୍ଗସାଥି ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ ଶେଷରେ ନିରୁପାୟ ହୋଇ ଫାଣ୍ଡି ରେ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ବଅଁରପାଳ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଫାଣ୍ଡି ଅଧିକାରୀ ମାନସ ମିଶ୍ର ତଦନ୍ତ ଭାର ସମ୍ଭାଳି ଥିଲେ। ୨୪ ଘଣ୍ଟା ପରେ ସଦର ଥାନା ହାଣଦିହ ଗ୍ରାମର ଗଗନ ଭୋଇ ଙ୍କ ୨୪ ବର୍ଷୀୟ ପୁଅ ସୁଶାନ୍ତ ଭୋଇ ଖଣ୍ଡହତା ଅଞ୍ଚଳରେ ନାବାଳିକା କୁ ନେଇ ଯାଉଥିବା ସୁରାକ ପାଇ ଅଭିଯୁକ୍ତକୁ ମାଡି ବସିଥିଲେ। ଉଭୟଙ୍କୁ ପୋଲିସ ଥାନାକୁ ଆଣି ମାମଲାର ତଦନ୍ତ କରି ଅଭିଯୁକ୍ତ କୁ କୋର୍ଟଚାଲାଣ କରିଛନ୍ତି।
