• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଏମ ସି ଏଲର ୧୪ ତମ ଥଇଥାନ ଓ ପାରିପାର୍ଶ୍ଵିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ

Bymamatanews

Feb 23, 2025
Spread the love

ଅନୁଗୋଳ (୨୩/୦୨/୨୦୨୫) : ଆଜି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକ ରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ମାନ୍ୟବର ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ ମଧ୍ୟ ଯୋଗଦେଇଥିଲେ।

ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ଆବ୍ଦାଲ୍ ଏମ ଅଖତାର ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ଏହି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟସୂଚୀ ଅନୁଯାୟୀ ଏହି pବୈଠକରେ ମୋଟ ୧୮ ଟି ବିଷୟରେ ଆଲୋଚନା ହୋଇଥିଲା। ଏହି ବୈଠକ ରେ କଣିହାଁ ର ପଥରମୁଣ୍ଡା ( ୩୩ ଟି ପରିବାର), ହିଲୋଇ ( ନୂଆସାହି) ଓ ଏକଡାଲ ( ଏମ ସି ଏଲ୍ ଜଗନ୍ନାଥ ଏରିଆ), ଅରକପାଲ ଓ ତାଳବେଡା ( ଏମ ସି 9ଏଲ ଭୁବନେଶ୍ଵରୀ ଏରିଆ), ହିଂସମୁଲ ଓ ତାଳସାହି ( ଏମ ସି ଏଲ ଭୁବନେଶ୍ଵରୀ ଏରିଆ), କଂସମୁଣ୍ଡା ( ଏମ ସି ଏଲ କଣିହାଁ ଏରିଆ), ଆମ୍ବପାଳ ( ଏମ ସି ଏଲ୍ ହିଙ୍ଗୁଳା ) ଇତ୍ୟାଦି ଗ୍ରାମ ର ବିସ୍ଥାପିତ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବୈଠକ ରେ ଆଲୋଚନା ହୋଇଥିଲା।

ବିସ୍ଥାପିତ ଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇ, ବିସ୍ତୃତ ଭାବେ ଶୁଣାଣୀ କରାଯାଇ ସମାଧାନ ବାହାର କରାଯିବା ପାଇଁ ବୈଠକ ରେ ନିଷ୍ପତି ନିଆଗଲା। ସେହି ପରି ଆର୍ ପି ଡି ଏ ସି ବୈଠକ କୁ ଚାରି ମାସକୁ ଥରେ ଆୟୋଜନ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ବିସ୍ଥାପିତ ମାନଙ୍କ ଦାବିକୁ ସକାରାତ୍ମକ ଭାବେ ବିଚାରକୁ ନେବା ପାଇଁ କେନ୍ଦ୍ର ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଆଇ ଜି ଶ୍ରୀ ସତ୍ୟବ୍ରତ ଭୋଇ, ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ତାଳଚେର ଉପଜିଲ୍ଲାପାଳ ଶ୍ରୀ ସମୀର କୁମାର ଜେନା, ସହକାରୀ ଜିଲ୍ଲାପାଳ ଶ୍ରୀ ସୁକାନ୍ତ ସାହୁ, ପ୍ରତାପ ହରି ପ୍ରଧାନ, ତାଳଚେର, କଣିହାଁ ଓ ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷା/ ଅଧକ୍ଷ, ବିସ୍ଥାପିତ ମାନଙ୍କ ପ୍ରତିନିଧି, ଏମ ସି ଏଲ ଅଧିକାରୀ ବୃନ୍ଦ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *