ଆଇପିଏଲ୍ର ପ୍ରଥମ ଯୁଗଳ ଲଢ଼େଇରେ ଶନିବାର ସନ୍ରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ-ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ। ସନ୍ରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଅପରାହ୍ଣ ୩ଟା ୩୦ରୁ ଖେଳାଯିବ। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମ୍ୟାଚ୍ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ରାତି ୭ଟା ୩୦ରୁ ଖେଳାଯିବ। ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ହେଉଛନ୍ତି ଆଇପିଏଲ୍ର ଦୁଇ ପ୍ରମୁଖ ହାଇ ଭୋଲଟେଜ ଦଳ । ରବିବାର ଏହି ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ବିଶେଷ କରି ବହୁ ଦିନ ପରେ କ୍ରିକେଟ୍କୁ ଫେରିବାକୁ ଯାଉଥିବା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଖେଳ ଦେଖିବାକୁ କ୍ରିକେଟ୍ପ୍ରେମୀ ଚାତକ ଭଳି ଚାହିଁ ବସିଛନ୍ତି । ମୁମ୍ବାଇର ନେତୃତ୍ବ ସୂର୍ଯ୍ୟକୁମାର ଯାଦବ ନେବାକୁ ଯାଉଥିବାରୁ ତାଙ୍କ ଉପରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମର୍ଥକଙ୍କର ବିଶେଷ ନଜର ରହିଛି । ଚେନ୍ନାଇର ନେତୃତ୍ବ ଯୁବ ତାରକା ଋତୁରାଜ ଗାଏକ୍ବାଡ୍ ନେବେ। ହେଲେ ସବୁ ନଜର ଧୋନି ଓ ରୋହିତଙ୍କ ଉପରେ ରହିବ।
