ଅନୁଗୋଳ (୨୩/୦୫/୨୫) : ତା.୨୬.୦୫.୨୦୨୫ ରିଖରେ ସାବିତ୍ରୀ ଅମାବାସ୍ୟା ପାଳନ ନିମନ୍ତେ ସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଥିବାରୁ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣୀ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି । ତା.୨୬.୦୫.୨୦୨୫ ରିଖରେ ଆଠମଲ୍ଲିକ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇ ଆସନ୍ତା ତା.୨୭.୦୫.୨୦୨୫ ରିଖ(ମଙ୍ଗଳବାର)ରେ ଜିଲ୍ଲା ସଦର ମହକୁମା (ସର୍କିଟ ହାଉସ୍ ଅଡିଟୋରିୟମ) ଠାରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କାର୍ଯ୍ୟାଳୟ (ଆଦେଶ ସଂଖ୍ୟା-୨୪୩୫ ତା.୨୩.୦୫.୨୦୨୫) ସୁତ୍ରରୁ ପ୍ରକାଶ।
