ଅନୁଗୋଳ:ଜାତୀୟ ଆଇନ୍ ସେବା ପ୍ରାଧୀକରଣ , ନୂଆଦିଲ୍ଲୀ ଓ ଓଡିଶା ରାଜ୍ୟ ଆଇନ୍ ସେବା ପ୍ରାଧୀକରଣ ନିର୍ଦ୍ଦେଶକ୍ରମେ ଆଜି ପୂର୍ବାହ୍ନରେ ସ୍ଥାନୀୟ ରିଜିଓନାଲ ଜୁଡିସିଆଲ ଏକାଡେମା ଅନୁଗୋଳ ଠାରେ ମାନ୍ୟବର ଜିଲ୍ଲା ଏବଂ ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣର ଅଧ୍ୟକ୍ଷଙ୍କ ଦାୟିତ୍ବରେ ଥିବା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ଭିଜିଲାନ୍ସ ଜଜ୍ ଶ୍ରୀମତୀ ରାଜଲକ୍ଷ୍ମୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସାଥୀ ୟୁନିଟର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ସାଥୀ ୟୁନିଟର ଅଧ୍ୟକ୍ଷ ଭାବେ ସଚିବ, ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ରହିଥିବାବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ , ସମସ୍ତ ତହସିଲଦାର, ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଡା. ପୂର୍ଣ୍ଣିମା ଉଦଗାତା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ଯୋଗେଶ୍ବରୀ ବେହେରା, ଅନୁଗୋଳ ଜିଲ୍ଲା ଶିଶୁ ଯନ୍ ଗୃହଗୁଡିକର ପ୍ରତିନିଧି , ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ୪ ଜଣ ଓକିଲ ଓ ୪ ଜଣ ସ୍ବେଛାସେବୀ ଏହାର ସଦସ୍ୟ ଅଟନ୍ତି ।

ଅନୁଗୋଳ ଜିଲ୍ଲାର ଅବହେଳିତ ଶିଶୁମାନଙ୍କର ଆଧାର ପଞ୍ଜିକରଣ, ଥଇଥାନ ଓ ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଜିଲ୍ଲା ସାଥୀ ୟୁନିଟର ଲକ୍ଷ୍ୟ ବୋଲି ଏହି ପ୍ରଶିକ୍ଷଣ ଶିବିରରେ ଆଲୋଚନା ହୋଇଥିଲା । ଅବହେଳିତ ଶିଶୁମାନଙ୍କର ତଥ୍ୟ ଯୋଗାଡ ନିମନ୍ତେ ଜିଲ୍ଲାରେ ମେ ୨୬ ତାରିଖ ଠାରୁ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ଏହି ସର୍ଭେ କାର୍ଯ୍ୟ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣର ସ୍ବେଛାସେବୀ ଏବଂ ଏନ୍.ଜି. ଓ ମାନଙ୍କ ଦ୍ବାରା କରାଯିବ । ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ଆଇନ୍ ସେବା ପ୍ରାକରଣର ସଚିବ ତଥା ଜିଲ୍ଲା ସାଥୀ ୟୁନିଟର ଅଧ୍ୟକ୍ଷ ଶ୍ରୀ କମଳାକାନ୍ତ ନାୟକ ଓ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣର ସଦସ୍ୟ ଶ୍ରୀ ଦିଲ୍ଲୀପ କୁମାର ମହାନ୍ତି ଜିଲ୍ଲା ସାଥୀ ୟୁନିଟର ସମସ୍ତ ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।

